ଆଇପିଏଲ ୨୦୨୫ ପରେ ବିବାହ କରିବେ କି ଶୁଭମନ ଗିଲ୍?

ନୂଆଦିଲ୍ଲୀ,୨୩/ ୪ : ଭାରତୀୟ କ୍ରିକେଟ ଟିମର ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଶୁଭମନ ଗିଲ ଅନ୍ୟତମ। ସେ ହ୍ୟାଣ୍ଡସମ ହୋଇଥିବାରୁ ତାଙ୍କର ଅନେକ ମହିଳା ଫ୍ୟାନ୍ସ ଅଛନ୍ତି। ସେ ନିଜ ରିଲେସନସିପ୍ସକୁ ନେଇ ଲାଇମଲାଇଟରେ ରହିଥାଆନ୍ତି। ବର୍ତ୍ତମାନ ଶୁଭମନଙ୍କ ବିବାହକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
କୋଲକାତା ନାଇଟ ରାଇଡର୍ସ ସହ ଗୁଜରାଟ ଟାଇଟନ୍ସ ମ୍ୟାଚର ଟସ୍ ପଡ଼ିବା ପୂର୍ବରୁ ଡ୍ୟାନୀ ମାରିସନ ଗିଲଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପ୍ରଚାରିଥିଲେ। ଟସ୍ ସମୟରେ ଡ୍ୟାନୀ ମ୍ୟାରିସନଶୁଭମନ ଗିଲଙ୍କୁ ପଚାରିଥିଲେ, “ଭଲ ଦେଖାଯାଉଛ, କଣ ବିବାହ ପାଇଁ ପ୍ଲାନ ଅଛି କି?”
ଗିଲ୍ ଏହାର ଉତ୍ତର ଦେଇ କହିଛନ୍ତି, “ନାଁ,, ବର୍ତ୍ତମାନ ଏପରି କୌଣସି ପ୍ଲାନ ନାହିଁ।” ଏହି ସମୟରେ ଶୁଭମନ କହିନାହାନ୍ତି ଯେ, ସେ କାହାକୁ ଡେଟ୍ କରୁଛନ୍ତି। କିନ୍ତୁ ଗତ କିଛି ମାସରେ ଖବର ଆସୁଥିଲା ଯେ, ସେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ସହ ରିଲେସନସିପରେ ଅଛନ୍ତି ବୋଲି।