ଆଇଆଇଏମ୍ ସମ୍ବଲପୁରର ଆଇଡିଇ ବୁଟକ୍ୟାମ୍ପରେ ୭୦ଟି ଷ୍ଟାର୍ଟଅପ୍ ପ୍ରଦର୍ଶିତ, ସାରା ଭାରତରେ ନବସୃଜନକୁ ପ୍ରୋତ୍ସାହନ

ଆଇଆଇଏମ୍ ସମ୍ବଲପୁରର ଆଇଡିଇ ବୁଟକ୍ୟାମ୍ପରେ ୭୦ଟି ଷ୍ଟାର୍ଟଅପ୍ ପ୍ରଦର୍ଶିତ, ସାରା ଭାରତରେ ନବସୃଜନକୁ ପ୍ରୋତ୍ସାହନ

ସମ୍ବଲପୁର, ୩/୧୦ : ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ଅନୁଷ୍ଠିତ ଇନୋଭେସନ୍‌, ଡିଜାଇନ୍ ଆଣ୍ଡ ଏଂଟ୍ରପ୍ରେୁନ୍ୟୁଅରସିପ(ଆଇଡିଇ) ବୁଟ୍ କ୍ୟାମ୍ପର ଦ୍ୱିତୀୟ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଏହି ପଦକ୍ଷେପ ଶିକ୍ଷା ମନ୍ତ୍ରଣାଳୟ, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏବଂ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ (ଏମଆଇସି)ର ମିଳିତ ଉଦ୍ୟମରେ ୱାଧୱାନୀ ଫାଉଣ୍ଡେସନ ସହ ସହଯୋଗିତାରେ କାର୍ଯ୍ୟକାରୀ ହେଉଛି । ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ଜମ୍ମୁ ଓ କଶ୍ମୀର ଏବଂ ଛତିଶଗଡ଼ ସମେତ ବିଭିନ୍ନ ଅଞ୍ଚଳରୁ ୧୬୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେପ୍ଟେମ୍ବର ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପାଂଚ ଦିନିଆ କାର୍ଯ୍ୟକ୍ରମକୁ ନବସୃଜନ, ଡିଜାଇନ୍ ଏବଂ ଉଦ୍ୟୋଗୀ ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଲକ୍ଷ୍ୟ ରଖି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନବସୃଜନକାରୀ ଏବଂ ଷ୍ଟାର୍ଟ-ଅପ୍ ଉପରେ ଆଲୋକପାତ କରୁଥିବା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସେଥିରେ ୫୦ରୁ ଅଧିକ ଷ୍ଟାର୍ଟଅପ୍ ସେମାନଙ୍କର ଅନନ୍ୟ ଉତ୍ପାଦ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନୀକୁ ଏମସିଏଲର ସିଏମଡି ଉଦୟ କାଓଲେ, ଆଇବିଏମର ଆସୋସିଏଟ୍ ପାର୍ଟନର ଅନିନ୍ଦ୍ୟା ଘୋଷ ଓ ବିଶିଷ୍ଟ ବ୍ୟବସାୟୀ ତଥା ଉଦ୍ୟୋଗୀ ଡ. ଅନୁରାଗ ବାତ୍ରା ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ସ୍ୱାସ୍ଥ୍ୟ, ଆତିଥ୍ୟ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ସ୍ମାର୍ଟ ହୋମ୍ ସିଷ୍ଟମ, ମହିଳା ସେବା ସମେତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମାଧାନ ପ୍ରଦାନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଥିଲେ। ଉତ୍ପାଦ ଡିଜାଇନ୍‌, ଏର୍ଗୋନୋମିକ୍ସ, ଡିଜାଇନ୍ ଥିଙ୍କିଙ୍ଗ୍ ଏବଂ ପିଚିଂ କୌଶଳରେ ବିଶେଷଜ୍ଞ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଗଭୀର ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିଥିଲେ।

ଏହାବ୍ୟତୀତ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ବ୍ୟବସାୟୀମାନେ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ ଓ ସେମାନଙ୍କର ବ୍ୟବହାରିକ ଅଭିଜ୍ଞତା ଏବଂ ବୁଝାମଣା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ୧୫ରୁ ଅଧିକ ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେଏଏସ୍ ଗ୍ରୁପର ସିଇଓ ଶମସେର ସିଂହ ହୁରା ଏବଂ ନେକ୍ସସ୍ ପାୱାରର ସହ-ପ୍ରତିଷ୍ଠାତା ତଥା ସିଇଓ ନିଶିତା ବଳିଆରସିଂହ ଉପସ୍ଥିତ ଥିଲେ। ଏହି ଅବସରରେ ଏଆଇସିଟିଇ ଓ ୱାଧୱାନୀ ଫାଉଣ୍ଡେସନ ମାଷ୍ଟର ଟ୍ରେନରଙ୍କ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ଉଦଘାଟନୀ ଉତ୍ସବରେ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଥିଲେ ଯେ, ‘ଆଇଆଇଏମ ସମ୍ବଲପୁରରେ ଉଦ୍ଭାବନ ଓ ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବାରେ ଆଇଡିଇ ବୁଟ୍ କ୍ୟାମ୍ପର ଏହି ପର୍ଯ୍ୟାୟର ସଫଳ ସମାପନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ପାଂଚ ଦିନିଆ ଏହି ଆବାସିକ କାର୍ଯ୍ୟକ୍ରମକୁ ପାଞ୍ଚଟି ପରିବର୍ତନକାରୀ ମଡ୍ୟୁଲରେ ବିଭକ୍ତ କରାଯାଇଛି। ପ୍ରତ୍ୟେକକୁ ବିଶେଷ ଭାବରେ ଉଦ୍ୟୋଗୀ ମାନସିକତାକୁ ଜାଗ୍ରତ କରିବା ଏବଂ ଠୋସ୍ ପ୍ରଭାବ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ‘ଉଦ୍ୟୋଗୀମାନଙ୍କ ପାଇଁ ଡିଜାଇନ୍ ଥିଙ୍କିଙ୍ଗ୍‌’ଠାରୁ ଆରମ୍ଭ କରି ଯେଉଁଠାରେ ସୃଜନଶୀଳତା ରଣନୀତି ସହିତ ଜଡ଼ିତ, ବିଜନେସ୍ ମଡେଲ୍ କ୍ୟାନଭାସିଂ' ଯାହା ସାହସିକ ଚିନ୍ତାଧାରାକୁ କାର୍ଯ୍ୟକ୍ଷମ, ବ୍ୟାପକ ଉଦ୍ୟୋଗରେ ପରିଣତ କରେ, ପ୍ରତ୍ୟେକ ଅଧିବେଶନରେ ଶକ୍ତି ଏବଂ ଉଦ୍ଦେଶ୍ୟ ରହିଥିଲା।

ଅଂଶଗ୍ରହଣକାରୀମାନେ ‘ପ୍ରୋଟୋଟାଇପ୍ ଟୁ ମିନିମମ୍ ପ୍ରୋଜିବଲ୍ ପ୍ରଡକ୍ଟ (ଏମଭିପି) ଏବଂ ଇନକ୍ୟୁବେସନ୍ ‘ବ୍ରିଜିଂ କନସେପ୍ଟକୁ ବଜାର-ପ୍ରସ୍ତୁତ ସମାଧାନରେ ଅନୁସନ୍ଧାନ କରନ୍ତି; ରଣନୈତିକ ଆର୍ôଥକ ନିଷ୍ପତ୍ତି ନେବାକୁ ସୁନିଶ୍ଚିତ କରିବା ପାଇଁ ’ଆର୍ôଥକ ସାକ୍ଷରତାରେ ଦକ୍ଷତା ହାସଲ କରିବା ଏବଂ ନିଜ ସ୍ୱପ୍ନକୁ ଦୁନିଆ ସାମ୍ନାରେ ଜୀବନ୍ତ କରିବା ପାଇଁ ପ୍ରସ୍ତୁତ କରିବା ସମୟରେ ଆପଣଙ୍କ ଆଇଡିଆକୁ ପ୍ରୋତ୍ସାହନ ଦେଉଛନ୍ତି । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ଏହା ଉଦ୍ୟୋଗୀ ସଫଳତା ପାଇଁ ଏକ ଲଂଚପ୍ୟାଡ୍ ଏବଂ ଏଥିରୁ ଉଭା ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗକୁ ଦେଖିବାକୁ ମୁଁ ଆଗ୍ରହୀ।"

ଆଇଆଇଏମ୍ ସମ୍ବଲପୁରର ଅଧ୍ୟକ୍ଷ (ଇନକ୍ୟୁବେସନ୍‌) ପ୍ରଫେସର ଦିବାହର ନାଦର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆଇଆଇଏମ୍ ସମ୍ବଲପୁରର କୋ-ଚେୟାର (ସେଣ୍ଟର ଅଫ୍ ରେସପନସିବଲ ବିଜନେସ) ପ୍ରଫେସର ଭୈରବ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଇଆଇଏମ୍ ସମ୍ବଲପୁର ଆଇ-ହବ୍ ଫାଉଣ୍ଡେସନ୍ (ଇନକ୍ୟୁବେସନ୍ ସେଂଟର) ପକ୍ଷରୁ ବୁଟ୍ କ୍ୟାମ୍ପରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଆଇଡିଆକୁ ମେଂଟରସିପ୍‌, ଆର୍ôଥକ ସହାୟତା ଏବଂ ମାର୍ଗଦର୍ଶନ ଭଳି ଇନକ୍ୟୁବେସନ୍ ସେବା ପ୍ରଦାନ କରାଯାଇଛି।