ରୁଫ୍ ଟପ୍ ସୋଲାର ସ୍ଥାପନ କରନ୍ତୁ ଏବଂ ଭାରତ ସରକାରଙ୍କ ପ୍ରଦତ୍ତ ସବସିଡିର ଲାଭ ଉଠାନ୍ତୁ : ସିଇଓ, ଟିପିଡବ୍ଲ୍ୟୁଓଡିଏଲ୍

ରାଉରକେଲା, ୧୩/୯ : ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍ ) ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ସୌର ଶକ୍ତି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ପଶ୍ଚିମ ଓଡ଼ିଶାରେ ଉପଲବ୍ଧ ପ୍ରଚୁର ସୌର ସମ୍ପଦକୁ ଉପଯୋଗ କରିବା ସହ ସୌର ଶକ୍ତିକୁ ଆପଣାଇବା ନେଇ ଲକ୍ଷ୍ୟ ରହିଛି । ଓଡ଼ିଶାର ଅକ୍ଷୟ ଶକ୍ତି ନୀତି ଆଧାରରେ ନିଆଯାଇଥିବା ଏହି ପଦକ୍ଷେପ ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟୀ ଶକ୍ତି ସମାଧାନ ଦିଗରେ ଟାଟା ପାୱାରର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ଅଭିଯାନ ଦ୍ୱାରା ଜନ ସାଧାରଣ ଏବଂ ବାଣିଜ୍ୟିକ ଓ ଶିଳ୍ପ (ସି ଆଣ୍ଡ ଆଇ) ଗ୍ରାହକମାନଙ୍କୁ ସୌର ଶକ୍ତିର ଲାଭ ଏବଂ ଉପଲବ୍ଧ ସବସିଡି ବିଷୟରେ ଜଣାଇବାକୁ ପ୍ରୟାସ କରାଯାଉଅଛି । ଏହି ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ପାଇଁ ବ୍ୟବସ୍ଥା ରହିଛି । ଭାରତ ସରକାରଙ୍କ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ଏକ କିଲୋୱାଟ ପାଇଁ ୩୦ ହଜାର ଟଙ୍କା, ଦୁଇ କିଲୋୱାଟ ପାଇଁ ୬୦ ହଜାର ଟଙ୍କା, ୩ କୋଲିୱାଟ ପାଇଁ ୭୮ ହଜାର ଟଙ୍କାର ଆର୍ଥିକ ସହାୟତାର ପ୍ରାବଧାନ କରିଛି । ଟିପିଡବ୍ଲ୍ୟୁଓଡିଏଲ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ଏବଂ ଟାଟା ପାୱାର ସୋଲାରର ରାଷ୍ଟ୍ରୀୟ ମୁଖ୍ୟ ଭି. କାର୍ତ୍ତିକେୟାନ ଏହି ଅଭିଯାନକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିବା ପାଇଁ ଉପଭୋକ୍ତାଙ୍କୁ ଉତ୍ସାହିତ କରିବା ଦିଗରେ ଟାଟା ପାୱାର ଦ୍ୱାରା ଏହା ଏକ ରାଜ୍ୟବ୍ୟାପୀ ଅଭିଯାନର ଅଂଶବିଶେଷ ।
ଏହି ପଦକ୍ଷେପ ଅଧିନରେ ସୌର ଶକ୍ତିକୁ ଆପଣାଇ ନିରନ୍ତର ବିକାଶ ଏବଂ ପରିବେଶ ସୁରକ୍ଷା ଦିଗରେ ଯୋଗଦାନ ଦେଇଥିବା ୭ ଜଣ ଉପଭୋକ୍ତାଙ୍କୁ "ଗ୍ରୀନ ଚାମ୍ପିୟନ" ଭାବେ ଏହି ଉତ୍ସବରେ ସମ୍ମାନିତ କରାଯାଇଅଛି ।|ଏହି ଅବସରରେ ଉପସ୍ଥିତ ନିମନ୍ତ୍ରିତ ଅତିଥିଙ୍କୁ ସମ୍ବୋଧିତ କରି ଟିପିଡବ୍ଲ୍ୟୁଓଡିଏଲ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ଭାରତ ସରକାର ୩କିଲୋୱାଟ୍ ପର୍ଯ୍ୟନ୍ତ ରୁଫ୍ ଟପ୍ ସୋଲାର ସିଷ୍ଟମ୍ ପାଇଁ ଏକ ଲାଭଜନକ ସବସିଡି ଯୋଜନା ଘୋଷଣା କରିଛନ୍ତି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ସବୁଜ, ଆତ୍ମନିର୍ଭରଶୀଳ ଭାରତ ପରିକଳ୍ପନାରେ ସାହାଯ୍ୟର ହାତ ବଢାନ୍ତୁ । ସେହିପରି ଟାଟା ପାୱାର ସୋଲାରର ରାଷ୍ଟ୍ରୀୟ ମୁଖ୍ୟ ଶ୍ରୀ ଭି. କାର୍ତ୍ତିକେୟାନ ସୌର ପ୍ରଣାଳୀ ଉପରେ ଏକ ବିସ୍ତୃତ ବାଖ୍ୟା ପ୍ରଦାନ କରିବା ସହ ଜାତୀୟକରଣ ବ୍ୟାଙ୍କମାନଙ୍କରୁ ଉପଲବ୍ଧ ଆର୍ଥିକ ସହାଯତା ପ୍ରଦାନ ବିଷୟରେ ଅଧିକ ଆଲୋଚନା କରିଥିଲେ ।ସୂଚନାଥାଉ କି, ବାର୍ଷିକ ୨୮୦ ରୁ ୩୦୦ ଖରା ଦିନ ଅନୁଭୂତ ହେଉଥିବା ଯୋଗୁଁ ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ପାଇଁ ବିପୁଳ ସମ୍ଭାବନା ରହିଛି । ଶିଳ୍ପ ଓ ଖଣି ବର୍ଜ୍ୟ ଜମି ସମେତ ରାଜ୍ୟର ବିସ୍ତୃତ ଭୂ-ସମ୍ପଦ ଏବଂ ଜଳଭଣ୍ଡାର ସୌର ଶକ୍ତି ଉତ୍ପାଦନରେ ସହାୟକ ହୋଇପାରିବ। ବିଶେଷ କରି ପଶ୍ଚିମ ଓଡ଼ିଶା ଏହାର ବିବିଧ ପ୍ରାକୃତିକ ବୈଶିଷ୍ଟ୍ୟ ଯୋଗୁଁ ସୌର ଶକ୍ତି ଭିତ୍ତିଭୂମି ପାଇଁ ଏକ ଉପଯୁକ୍ତ ସ୍ଥାନ ଏହା ମଧ୍ୟ ପ୍ରକାଶ କରାଯାଇଥିଲା ।
ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୪୬୦ ମେଗାୱାଟ୍ ସୌର ଶକ୍ତି ଥିବା ବେଳେ ଏହାକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି । ଅକ୍ଷୟ ଶକ୍ତି ନୀତି ୨୦୨୨ରେ ୨୦୩୦ ସୁଦ୍ଧା ୧୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସୌର ଶକ୍ତି କ୍ଷେତ୍ରକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ରାଜ୍ୟର ଯଥେଷ୍ଟ ସୌର ଶକ୍ତି କ୍ଷମତା ଏବଂ ସହାୟକ ନୀତିକୁ ଉପଯୋଗ କରିବା ସହ ଜନ ସାଧାରଣ ଓ ବ୍ୟବସାୟୀମାନଙ୍କୁ ସୌର ଶକ୍ତିରେ ନିବେଶ କରିବା, ସେମାନଙ୍କର କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଏବଂ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ।
ଏହି ଅଭିଯାନ ମାଧ୍ୟମରେ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ସୋଲାର ରୁଫ ଟପ୍ ବ୍ୟବହାରର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଟାଟା ପାୱାର ସୋଲାର ଦ୍ଵାରା ଏହା ସୁବିଧାରେ ଉପଲବ୍ଧ ବୋଲି ଉପଭୋକ୍ତାଙ୍କୁ ଜଣାଇବା ପାଇଁ ପ୍ରୟାସ କରାଯାଇଅଛି । ୨ ଗିଗାୱାଟରୁ ଅଧିକ ସୌର ଶକ୍ତି କ୍ଷମତା ସ୍ଥାପନ କରି ସାରିଥିବା ଟାଟା ପାୱାର ସୋଲାର ନିକଟରେ ଏହି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି । କମ୍ପାନୀର ୧୩ ପ୍ରତିଶତ ମାର୍କେଟ ସେୟାର ଥିବା ବେଳେ ଲଗାତାର ୯ ବର୍ଷ ଧରି ରୁଫ୍ ଟପ୍ ସୋଲାର ବ୍ୟବସାୟରେ ଏକ ନମ୍ବର କମ୍ପାନୀ ରହିଆସିଛି । ପ୍ରତ୍ୟେକ ଘରେ ଭରସାଯୋଗ୍ୟ, ସୁଲଭ ଏବଂ ସ୍ଥାୟୀ ସୌର ଶକ୍ତି ଯୋଗାଇବା ପାଇଁ ଟାଟା ପାୱାର ଏହାର ମିଶନ ଜାରି ରଖିଛି ।