ଡିଟିଡିସିର ୩୫ତମ ପ୍ରତିଷ୍ଠା ଦିବସ, ନେକ୍ସସ ହେଲ୍ପ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର

ଡିଟିଡିସିର ୩୫ତମ ପ୍ରତିଷ୍ଠା ଦିବସ, ନେକ୍ସସ ହେଲ୍ପ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ବର,୨୮/୭ :  : ପ୍ରତାପନଗରୀସ୍ଥିତ ଡିଟିଡିସି କାର୍ଯ୍ୟାଳୟଠାରେ ଏହାର ୩୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନେକ୍ସସ ହେଲ୍ପ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଡିଟିଡିସି ଓ ନେକ୍ସସ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଫାଉଣ୍ଡେସନର କପିଳ ବିଶ୍ବାଳ, ଜଗନ୍ନାଥ ସେଠୀ, ରାଜେଶ ମୁଦୁଲି, ସତ୍ୟ ନାରାୟଣ ସାହୁ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଫାଉଣ୍ଡେସନର ସୁବ୍ରତ ମଲ୍ଲିକ, ସର୍ବାଜିତ୍ ମିଶ୍ର, ସଚ୍ଚିକାନ୍ତ ମୁଦୁଲି ଶିବିର ପରିଚାଳନା କରିଥିଲେ ।

ସଂଗ୍ରହ ହୋଇଥିବା ଏହି ରକ୍ତ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଡିଟିଡିସିର ୩୫ ତମ ପ୍ରତିଷ୍ଠା ଉତ୍ସବରେ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏଭଳି ନିରନ୍ତର ସେବା ଯୋଗାଇ ଦେବାକୁ ଆହ୍ବାନ କରିଥିଲେ ଜୋନାଲ ମାର୍କେଟିଂ ହେଡ୍ ସୁଦୀପ ଚକ୍ରବର୍ତ୍ତୀ । ଡିଟିଡିସିର ସମସ୍ତ କର୍ମଚାରୀ ମଧ୍ୟ ରକ୍ତଦାନ କରିଥିଲେ । ଜୋନାଲ ମାର୍କେଟିଂ ହେଡ୍ ସୁଦୀପ ଚକ୍ରବର୍ତ୍ତୀଙ୍କ ସହ ଚ୍ୟାନେଲ୍ ପାର୍ଟନର ସଞ୍ଜୟ କୁମାର ସାମଲ ଓ ଅନେକ ବରିଷ୍ଠ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।