ଓକେସିଏଲର ବାର୍ଷିକନେଟଓ୍ବାର୍କ ପାର୍ଟନର୍ସ ମିଟ୍ ୨୦୨୫ ଅନୁଷ୍ଠିତ

ଓକେସିଏଲର ବାର୍ଷିକନେଟଓ୍ବାର୍କ ପାର୍ଟନର୍ସ ମିଟ୍ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର, ୩୦/୧ : ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍᠎᠎ର (ଓକେସିଏଲ୍) ବାର୍ଷିକ ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ମିଟ୍ ୨୦୨୫ ଏକ ଉତ୍ସାହପୂର୍ଣ୍ଣ ଏବଂ ନବୀନ ପରିବେଶରେ ରେଳ ଅଡିଟୋରିୟମ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଏଆଇ ପାୱାର୍ଡ୍ ଏବଂ ଏଆଇ ଫ୍ଲେବର୍ଡ୍ (“ଇଓ ଚକ୍ଟଙ୍ଗରକ୍ସରୟ, ଇଓ ୠକ୍ଷବଙ୍ଖକ୍ଟଙ୍କକ୍ସରୟ") ଥିମ୍ ଅନୁସାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ᠎᠎ରେ ବିଭିନ୍ନ ସ୍ତରର ପ୍ରତିନିଧି, ବିଭିନ୍ନ ଉଦ୍ୟୋଗର ଉଦ୍ୟୋଗପତି ଏବଂ ସରକାରୀ ଅଧିକାରୀମାନେ ଏକତ୍ରିତ ହୋଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିପରି ରାଜ୍ୟରେ ଡିଜିଟାଲ ଦୂରତା ଏବଂ ଅନଲାଇନ୍ ସରକାରୀ ସେବାଗୁଡ଼ିକର ଉନ୍ନତି ପାଇଁ ସହାୟକ ହେଉଛି ତା' ବିଷୟରେ ଚର୍ଚ୍ଚା କରିଥିଲେ । 

ଓକାକ୍ (ଙଉଇଉ)ର ସିଇଓ ଡଃ ପ୍ରଦୀପ ରାଉତ ଏହି କାର୍ଯ୍ୟକ୍ରମର ଉଦ୍᠎᠎᠎ଘାଟନ କରିଥିଲେ । ତାଙ୍କ ଭାଷଣରେ ଡିଜିଟାଲ୍ ବୈଷମ୍ୟ ଦୂର କରିବାରେ ଇ-ଗଭର୍ଣ୍ଣାନ୍ସର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ପ୍ରଯୁକ୍ତିବିଦ୍ୟା, ବିଶେଷ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ସମସ୍ତ ନାଗରିକଙ୍କ ପ୍ରଗତିରେ ସାହାଯ୍ୟ କରିପାରିବ ସେହି ପ୍ରସଙ୍ଗରେ ଆହ୍ୱାନ ଦେଇଥିଲେ ଓ " ଏଆଇ କେବଳ ଏକ ଉପକରଣ ନୁହେଁ, ଏହା ଏକ ପରିବର୍ତ୍ତନର ସୂତ୍ରଧାର । ସେ କହିଥିଲେ ଏହା ଆମକୁ ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ସହାୟକ ହୋଇପାରିବ" ।

ଡ. ମନୋରଞ୍ଜନ ପୁଥାଳ ᠎ ପରିଚାଳନା ନିର୍ଦ୍ଦେଶକ (ଓକେସିଏଲ୍), ସଂସ୍ଥାର ଦୃଷ୍ଟିକୋଣ ଏବଂ ସଫଳତା ଉପରେ ଆଲୋଚନା କରିଥିଲେ । ସେ ନବୀନତା, ଔଦ୍ୟୋଗିତା ଏବଂ ବିକାଶଶୀଳ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଓକେସିଏଲ୍᠎᠎ର ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ଏବଂ ଅଧିକାରୀମାନଙ୍କ ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ ଏହି ସହଯୋଗିତା ସଂସ୍ଥାର ବୃଦ୍ଧି ଏବଂ ପ୍ରଭାବକୁ ନୂଆ ମୋଡ଼ ଦେଇଛି । "ଆମର ଯାତ୍ରା ସହଯୋଗିତା ଏବଂ ସହଭାଗିତାର ଏକ ଅଭିବ୍ୟକ୍ତି । ସେ କହିଥିଲେ ଯେ, ସମସ୍ତେ ମିଳିମିଶି ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯେଉଁଠି ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିପାରିବ" । 

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣ୍ୟମାନ୍ୟ ଅତିଥିମାନେ ଯୋଗଦାନ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଜଣାଶୁଣା ସାମ୍ବାଦିକ ଅଶୋକ ଦାସ, ପ୍ରସିଦ୍ଧ ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ଏ.କେ. ସାବତ, ଓକେସିଏଲ୍᠎᠎ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ବିରାରୀ ଏବଂ ଏଚ୍᠎᠎କେସିଏଲର ପରିଚାଳନା ନିର୍ଦ୍ଦେଶକ᠎᠎ ଅଭିଜିତ କୁଲକର୍ଣ୍ଣୀଙ୍କ ନାମ ଉଲ୍ଲେଖନୀୟ । ସେମାନେ ଓକେସିଏଲ୍᠎᠎ର ଇ- ଲର୍ଣ୍ଣିଂ, ଇ- ଗଭର୍ଣ୍ଣାନ୍ସ୍ ଏବଂ ଇ-ସଶକ୍ତିକରଣ କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଓକେସିଏଲ୍᠎᠎ର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭେଚ୍ଛା ଜଣାଇଥିଲେ ।  

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା ଚକ୍ର ମାଧ୍ୟମରେ ନେତୃତ୍ୱ, ନୂତନ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା ଓ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍, ଆଇଓଟି, ରୋବଟିକ୍ସ ଇତ୍ୟାଦିର ବିଭିନ୍ନ ନମୁନା ପ୍ରଦର୍ଶିତ କରାଯାଇଥିଲା ଓ ଓଡ଼ିଶାର ସଂସ୍କୃତି ଏବଂ କଳାତ୍ମକ ପ୍ରତିଭାକୁ ପ୍ରଦର୍ଶନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । 

ଏହି ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଏବଂ ଏହି ପ୍ରଯୁକ୍ତି-କେନ୍ଦ୍ରିତ କାର୍ୟ୍ୟ କ୍ରମରେ ପାରମ୍ପରିକ ରଙ୍ଗ ଯୋଡ଼ି ହୋଇଥିଲା। ବାର୍ଷିକ ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ମିଟ୍ ୨୦୨୫ ଏହା ସ୍ପଷ୍ଟ କରିଦେଇଛି ଯେ ଓକେସିଏଲ୍ ଇ-ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ୍ ସଶକ୍ତିକରଣ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ନିଜର ପ୍ରୟାସ ଜାରି ରଖିଛି । ଏଆଇ ଏବଂ ନବୀନ ପ୍ରଯୁକ୍ତିବିଦ୍ୟାକୁ ନେଇ ସଂସ୍ଥା ଆଗେଇ ଚାଲିଥିବାବେଳେ, ଏକ ଡିଜିଟାଲ୍ ସଶକ୍ତ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରଚେଷ୍ଟା କରିଚାଲିଛି ।