"ଶ୍ରୀହରି ଫାଉଣ୍ଡେସନ" ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ବର, ୮/୧ : ଭୁବନେଶ୍ୱର "ଚନ୍ଦକା ସ୍ଥିତ ଗୋଡ଼ି ବାରି"ଠାରେ ୪ଟି ବସ୍ତିରେ ରହୁଥିବା ଲୋକଙ୍କୁ ରବିବାର କଟକର ଅଗ୍ରଣୀ ସାମାଜିକ ସଂଗଠନ "ଶ୍ରୀହରି ଫାଉଣ୍ଡେସନ" ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାୟ ଦୁଇ ଶହ କମ୍ବଳ ବଣ୍ଟନ କରାଯାଇଥିଲା । ଏହାସହ ବହୁ ନୂଆ ପୁରୁଣା ସାର୍ଟ, ପ୍ୟାଂଟ, ଡ୍ରେସ୍, ଶାଢ଼ୀ, ସୁଇଟର ଆଦି ବଣ୍ଟନ କରାଯାଇଛି ।
ସେହିଭଳି ଛୋଟ ପିଲାମାନଙ୍କୁ ନୂଆ ଡ୍ରେସ୍ ସହ ଚକୋଲେଟ୍ ଓ ବିସ୍କୁଟ ଦିଆଯାଇଥିଲା । ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶୁଭେଛୁ, ଉପଦେଷ୍ଟା ଓ "ଶ୍ରୀ ହରି ଫାଉଣ୍ଡେସନ"ର କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏହି କାର୍ଯ୍ୟ ସଫଳ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ "ଶ୍ରୀହରି ଫାଉଣ୍ଡେସନ"ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଫଳ କରିଛନ୍ତି। ଏହି ଅବସରରେ ସମସ୍ତ କର୍ମକର୍ତ୍ତା କହିଛନ୍ତି ଆମେ କିଛି ଅସହାୟ ଲୋକଙ୍କ କାର୍ଯ୍ୟରେ ଆସିପାରିଲୁ ସେଥିପାଇଁ ଆମେ ବହୁତ ଖୁସି । ଏଥିରେ ଆମକୁ ସହଯୋଗ କରିଥିବା ସମସ୍ତ ଶୁଭେଛୁଙ୍କୁ ହୃଦୟରୁ ପ୍ରଣାମ ଜଣାଉଛୁ। ଆମର ଲକ୍ଷ୍ୟ ଅନ୍ୟ ମୁହଁରେ ଟିକେ ହସ ଦେଖିବା ।