ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫଶିଲେ ଆରଆଇ ଓ ଅମିନ

ସମ୍ବଲପୁର, ୨୦/୮ : ଭିଜିଲାନ୍ସ ଜାଲରେ ଆରଆଇ ଓ ଅମିନ l ଜମିଜମା ସମ୍ପର୍କରେ ଇନକୁଆରୀ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ମାଗି ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କେସେଇବାହାଲର ଆରଆଇ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ ।
ଅଭିଯୋଗକାରୀ ବ୍ୟକ୍ତିଙ୍କଠାରୁ ଜମିଜମା ସମ୍ପର୍କିତ ଇନକୁଆରୀ ପାଇଁ ପୂର୍ବରୁ ୨ ଅଭିଯୁକ୍ତ ୩ହଜାର ଟଙ୍କା ଲାଞ୍ଚ ନେଇ ସାରିଥିଲେ l ଆଜି ଏହି ବାବଦରେ ଆଉ ୭ହଜାର ଟଙ୍କା ନେଉଥିବା ସମୟରେ ଉଭୟ ଅଭଯୁକ୍ତ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି l ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ୨ଟି ସ୍ଥାନରେ ଚଢ଼ଉ ଚାଲିଛି l ଏ ନେଇ ଅଧିକ ତଦନ୍ତ ଜାରି ରହିଛି l