ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି

ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି

ନୂଆଦିଲ୍ଲୀ,୨୯/୭ : ଆଜି ଲୋକସଭା ଓ ରାଜ୍ୟସଭାରେ ପୁଣି ଥରେ ଅପରେସନ ସିନ୍ଦୂର ନେଇ ବିତର୍କ ହୋଇଛି । ସୋମବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡା ଜବାବ ଦେଇ ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୁତ ତଥ୍ୟ ରଖିଥିଲେ । ପହଲଗାଓଁ ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି । ସେହିପରି ପିଓକେ ପ୍ରସଙ୍ଗରେ ନେହେରୁଙ୍କୁ ନିଶାନା କଲେ ଶାହ । ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ ଶାହ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ । 

କହିଥିଲେ, ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି ।

ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା ଫଳରେ ପିଓକେର ଜନ୍ମ । ଯାହାକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ୧୯୭୧ ସିମଲା ଚୁକ୍ତି ବେଳେ ବି କଂଗ୍ରେସ ପିଓକେ କଥା ଭୁଲିଗଲା । ଗତକାଲି କଂଗ୍ରେସ ପ୍ରଶ୍ନ ଉଠାଉଥିଲା ଯେ କାହିଁକି ଯୁଦ୍ଧ ହୋଇନଥିଲା । ଯଦି ସେତେବେଳେ ସେମାନେ ପିଓକେକୁ ଆଣି ପାରିଥାନ୍ତେ ତାହାଲେ ଆଜି ଆକ୍ରମଣ କରିବା ଦରକାର ପଡ଼ିନଥାନ୍ତା ବୋଲି ଶାହ କହିଛନ୍ତି ।