ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ, ବାସଭବନରୁ ୫ ଲକ୍ଷ ଜବତ

ଭୁବନେଶ୍ୱର, ୨୯/୯: ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ଅଧିକାରୀ | ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଜଗତପୁର ସ୍ଥିତ ବାସଭବନରୁ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ଜବତ ହୋଇଛି।

ସୂଚନାଅନୁସାରେ, ଗତକାଲି ରାତିରେ ବିଲ୍ ପାସ୍ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ବନ୍ଦିତା । ବଡ଼ଚଣା ବ୍ଲକର ସ୍କୁଲ ନିର୍ମାଣ ଠିକାଦାରଙ୍କ security deposit ଓ ବକେୟା ବିଲ୍ ରିଲିଜ୍ ପାଇଁ ଟଙ୍କା ମାଗିଥିଲେ | ଏହା ପରେ ବନ୍ଦିତାଙ୍କ ଘରେ ଛଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଛି। ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବଡ଼ଚଣା AE ବନ୍ଦିତା ଦାଶ ଓ ସୋମନାଥ ସେଠୀଙ୍କୁ ସେହିଦିନ ଟ୍ରାପ୍ କରାଯାଇଥିଲା, କଟକ ଭିଜିଲାନ୍ସ ଥାନାରେ Case No.38 / dt.27.09.2026 ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *