ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: ଅଭିନେତା ଇମ୍ରାନ ଖାନ (ଆମିର ଖାନଙ୍କ ଭଣଜା)ଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡିବାକୁ Leave India Notice (LIN) ଜାରି କଲା ମୁମ୍ବାଇ ପୋଲିସ।
ଅକ୍ଟୋବର ୧୦ରେ ଅଗଷ୍ଟ କ୍ରାନ୍ତି ମୈଦାନରେ CJP ଆହ୍ୱାନରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଧାରଣାରେ ଯୋଗ ଦେଇଥିଲେ। ଭାରତୀୟ ନାଗରିକ ନ ହୋଇ ଆନ୍ଦୋଳନରେ ଯୋଗ ଦେବା ଅଭିଯୋଗରେ Immigration Act ଅନୁସାରେ ମୁମ୍ବାଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |
ଇମ୍ରାନ୍ ଇମିଗ୍ରେସନ୍ ଆକ୍ଟ୍ ଅନୁସାରେ ଭାରତର ନାଗରିକ ନୁହଁନ୍ତି । ତଥାପି ସେ ଦେଶରେ ଏକ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟ ଦିଗରେ ଇମ୍ରାନ ମୁମ୍ବାଇ ପୋଲିସ ପକ୍ଷରୁ ଜାରି ନୋଟିସକୁ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ଇମ୍ରାନଙ୍କ ପାଖରେ ଭାରତର ନାଗରିକତା ନାହିଁ । ସେ ଆମେରିକାର ନାଗରିକ ଅଟନ୍ତି । ୧୯୮୩ ଜାନୁଆରୀ ୧୩ରେ ସେ ଆମେରିକାର ମାଡିସନରେ ଜନ୍ମ ହୋଇଥିଲେ । ତାଙ୍କ ପାଖରେ ୟୁଏସ୍ ପାସପୋର୍ଟ ସହ ଭାରତର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡ ମଧ୍ୟ ରହିଛି ।












Leave a Reply