ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: ଦୁର୍ଗାପୂଜା ପାଇଁ ସମସ୍ତ ଏମ୍ସରେ ଓପିଡି ସେବା ବନ୍ଦ ରହିବ। ୧୯ ତାରିଖ (ସୋମବାର) ମହାଅଷ୍ଟମୀ/ମହାନବମୀ ଏବଂ ୨୦ ତାରିଖ (ମଙ୍ଗଳବାର) ବିଜୟାଦଶମୀ/ଦଶହରା ରାଜପତ୍ରିତ ଛୁଟି।
ଏମ୍ସ ଭୁବନେଶ୍ୱର ସମେତ ଦିଲ୍ଲୀ, ରାୟପୁର, ପାଟନା ସବୁଠି କେବଳ ଜରୁରୀକାଳୀନ ଓ ଆଇପିଡି ସେବା ଚାଲୁ ରହିବ। ରୁଟିନ୍ ଓପିଡି ରେଜିଷ୍ଟ୍ରେସନ୍ ବନ୍ଦ। ଏନେଇ ଭୁବନେଶ୍ୱର ଏମ୍ସର ମେଡିକାଲ ଅଧୀକ୍ଷକଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।
ଏହି ଦୁଇ ଦିନ ଡାକ୍ତରଖାନାରେ ସାଧାରଣ ଓପିଡି ସେବା ଉପଲବ୍ଧ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।












Leave a Reply