ରୁଷିଆର କାମଚାଟକା ଉପଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ: ରିକ୍ଟର ସ୍କେଲ୍ରେ ୭.୦

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୬/୧୦: ରିକ୍ଟର ସ୍କେଲ୍ରେ ୭.୦ ତୀବ୍ରତାର ରୁଷିଆର କାମଚାଟକା ଉପଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ର ଝଟକାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭୂମିକମ୍ପଟି ୧୪୦ କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ପ୍ରାୟ ଅପରାହ୍ନ ୩.୩୫ ରୁଷୀୟ ସମୟରେ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରୁଷିଆର ପେଟ୍ରୋପାଭଲୋଭସ୍କ-କାମଚାଟସ୍କିର ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ମଧ୍ୟରେ ୧୪୬ କିଲୋମିଟର ଏବଂ ଓଜେରନୋଭସ୍କିର ଉତ୍ତର ଏବଂ ଉତ୍ତର-ପୂର୍ବ ମଧ୍ୟରେ ୮୦ କିଲୋମିଟର ଥିଲା।

ସୂଚାନୁଯାୟୀ, ରୁଷିଆର ଫାରଇଷ୍ଟ ଅଞ୍ଚଳରେ ଅବସ୍ଥିତ ଥିବା କାମଚାଟକା ଉପଦ୍ୱୀପ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହା ପ୍ରଶାନ୍ତ ମହାସାଗରର ଅଗ୍ନିବଳୟ ବା ‘ରିଙ୍ଗ୍ ଅଫ୍ ଫାୟାର୍’ ନିକଟରେ ଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ଓ ଆଗ୍ନେୟଗିରି ବିସ୍ଫୋରଣ ଦେଖିବାକୁ ମିଳିଥାଏ ।

ତେବେ ଏହି ଭୂମିକମ୍ପରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏବଂ କେତେଜଣ ଲୋକ ଆହତ ହୋଇଛନ୍ତି ସେନେଇ କୌଣସି ନିଶ୍ଚିତ ସୂଚନା ମିଳିପାରିନାହିଁ । ଭୂକମ୍ପ ପରେ ସୁନାମିକୁ ନେଇ ଆଶଙ୍କା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *