୧୭ ରୁ ୨୬ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୬/୧୦: ଓଡ଼ିଶା ହାଇକୋର୍ଟରେ ଦଶହରା ଛୁଟି ଘୋଷଣା। ଆଜି ଶେଷ କାର୍ଯ୍ୟଦିବସ। ୧୭, ୧୮ ଶନି-ରବି ପରେ ୧୯ରୁ ୨୬ ଯାଏଁ ପୂଜା ଅବକାଶ। ୨୭ରୁ ପୁଣି ନିୟମିତ କାର୍ଯ୍ୟ ଆରମ୍ଭ ହେବ |

ଆସନ୍ତା ୨୭ ତାରିଖରେ କୋର୍ଟ ପୁନଃ ଖୋଲିବ । ଛୁଟି ସମୟରେ କେବଳ ୨୩ ତାରିଖରେ ଅବକାଶକାଳୀନ ଅଦାଲତ ବସିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଏବଂ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗୋଟେ ବେଞ୍ଚ୍ କାର୍ଯ୍ୟ କରିବ । ପୁନର୍ବାର ଉଭୟ ବିଚାରପତି ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଏହି ଛୁଟି ଭିତରେ ୨୧, ୨୨ ଓ ୨୩ ତାରିଖରେ କୋର୍ଟ ଅଫିସ୍ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *