ଛାତ୍ର ସଂସଦ ବିଜୟୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୬/୧୦: ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଲେ।

Xରେ ପୋଷ୍ଟ କରି ଲେଖିଛନ୍ତି – ଗଣତନ୍ତ୍ରର ଏହି ପର୍ବରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା, ୮ ବର୍ଷ ପରେ କ୍ୟାମ୍ପସରେ ଗଣତନ୍ତ୍ର ଫେରିଲା।

ନବୀନ କହିଛନ୍ତି – ନୂଆ ପ୍ରତିନିଧିମାନେ ସାଧୁତା ଓ ନିଷ୍ଠାର ସହ ଛାତ୍ର ସ୍ୱାର୍ଥ ପାଇଁ କାମ କରନ୍ତୁ, ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି | ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ନବୀନ । କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଛାତ୍ର ସମାଜର ଉନ୍ନତି ପାଇଁ ଏକତାର ଆବଶ୍ୟକତା ରହିଛି ବୋଲି ସେ ନିଜ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସମସ୍ତ ବିଜୟୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ – ଆମ ସରକାର ପ୍ରତିଶ୍ରୁତି ପୂରଣ କରି ଗଣତନ୍ତ୍ର ଫେରାଇଲା, ବିକଶିତ ଓଡ଼ିଶା ପାଇଁ କାମ କରନ୍ତୁ।

Leave a Reply

Your email address will not be published. Required fields are marked *