ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: SI ନିଯୁକ୍ତି ପରୀକ୍ଷା ୨୦୨୪ ପ୍ରଶ୍ନପତ୍ର ଲିକ୍ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ବଡ଼ ଅପରେସନ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୋଟ ୧୨ଟି ସ୍ଥାନରେ ଚଢ଼ଉ କରି ବଡ଼ଧରଣର ଖୁଲାସା କରିଛି।
ଏହି ଚଢ଼ଉ ମୁଖ୍ୟତଃ ‘ସିଲିକନ୍ ଟେକ୍ ଲ୍ୟାବ’, ‘ପଞ୍ଚସଫ୍ଟ ଟେକ୍ନୋଲୋଜି’ ଏବଂ ‘ପିଏସ୍ଆଇଏଲ୍ ଇଣ୍ଟରନ୍ୟାସନାଲ୍’ ସହିତ ଜଡ଼ିତ ବିଭିନ୍ନ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଠିକଣାରେ କରାଯାଇଛି।
ତଦନ୍ତ ସମୟରେ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ୍, ଇଲେକ୍ଟ୍ରୋନିକ୍ସ ଉପକରଣ ଏବଂ ବିଭିନ୍ନ ରେକର୍ଡ ଜବତ କରିଛି। ପିଏମଏଲଏ ଆଇନ ଅଧୀନରେ ଏହି ମାମଲାର ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦେବା ନାଁରେ ୧୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଲୋଭନ ଦିଆଯାଇଥିଲା। ଏହି ଘଟଣାରେ ପୂର୍ବରୁ ସନ୍ଦେହ ଘେରକୁ ଆସିନଥିବା କିଛି ନୂତନ କମ୍ପାନୀ ଓ ବ୍ୟକ୍ତିଙ୍କ ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ଇଡି ଏବେ ସେମାନଙ୍କର ଭୂମିକା ଏବଂ ସନ୍ଦିଗ୍ଧ ଆର୍ଥିକ ନେଣଦେଣ ଉପରେ କଡ଼ା ନଜର ରଖିଛି।












Leave a Reply