ଛାତ୍ର ସଂସଦ ନିର୍ବାଚନ: ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: ଦୀର୍ଘ ୮ ବର୍ଷ ପରେ ଫେରିଲା କ୍ୟାମ୍ପସ ଗଣତନ୍ତ୍ର। ରାଜ୍ୟର ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ଆଜି ଭୋଟ୍ ଚାଲିଛି | ସକାଳ ୮ଟାରୁ ଦିନ ୨ଟା ଯାଏଁ ମତଦାନ, ୨ଟା ପରେ ଗଣତି ଓ ଫଳ ଘୋଷଣା ହେବ |

ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଭୋଟ୍ ଦେବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭୋଟର୍ । ନିର୍ବାଚନକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଇଛନ୍ତି ।

ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି , “ଛାତ୍ର ସଂସଦ କେବଳ ପ୍ରତିନିଧି ବାଛିବା ପ୍ରକ୍ରିୟା ନୁହେଁ, ଗଣତନ୍ତ୍ରର ମୂଳଦୁଆ ଓ ଭବିଷ୍ୟତ ନେତୃତ୍ୱ ଗଠନର ମାଧ୍ୟମ। ଆଜି କ୍ୟାମ୍ପସରେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶ ଅଭ୍ୟାସ କରିବ, ତାହା ରାଜ୍ୟ ଓ ଦେଶକୁ ନୂଆ ଦିଗ ଦେବ। ହିଂସା, ଗୁଜବ, ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଭାବେ ସାମିଲ ହୁଅ। ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା।”

Leave a Reply

Your email address will not be published. Required fields are marked *