ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ସମ୍ବିଧାନ ଦିବସ ପାଳିତ

ଭବାନୀପାଟଣା, ୨୬/୧୧ : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଆଜି ମହାସମାରୋହରେ ‘ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି। ଭାରତୀୟ ସମ୍ବିଧାନର ପ୍ରଣେତା ଡଃ ବି.ଆର୍. ଆମ୍ବେଦକରଙ୍କ ସ୍ମୃତିଚାରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ଓ କର୍ତ୍ତବ୍ୟବୋଧ ଜାଗ୍ରତ କରିବା

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଓ ଚେସ ଅରବିଟର ରବୀନ୍ଦ୍ର କୁମାର ସାହୁ ସମ୍ନାନିତ ଅତିଥି ରୂପେ ଯୋଗ ଦେଇ ଡଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ଭାରତୀୟ ସମ୍ବିଧାନର ‘ମୁଖବନ୍ଧ’ (Preamble) ପାଠ କରିବା ସହ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଶପଥ ନେଇଥିଲେ।

ମୁଖ୍ୟ ଅତିଥି ତଥା ସ୍କୁଲର ଅଧ୍ୟକ୍ଷ ନିଜ ଅଭିଭାଷଣରେ ଭାରତୀୟ ସମ୍ବିଧାନର ବିଶେଷତ୍ୱ, ନାଗରିକଙ୍କ ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସମ୍ବିଧାନ ହେଉଛି ଦେଶର ସର୍ବୋଚ୍ଚ ଆଇନ ଏବଂ ପ୍ରତ୍ୟେକ ନାଗରିକ ଏହାର ସମ୍ମାନ ରକ୍ଷା କରିବା ଉଚିତ। କାର୍ଯ୍ୟକ୍ରମ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରିତା ବାଗେଲ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *