ଭୁବନେଶ୍ବର,୨୭/୧୧ : ଅଙ୍ଗନୱାଡ଼ି କର୍ମୀମାନଙ୍କ ନିଷ୍ଠା, ପରିଶ୍ରମ ଓ ସେବା ମନୋଭାବକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବୀକୃତି କ୍ରମେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏଣିକି ଅଙ୍ଗନୱାଡ଼ି କର୍ମୀମାନେ ପୂର୍ବରୁ ପାଉଥୁବା ୧୦ ହଜାର ଟଙ୍କା ପରିବର୍ଭେ ମାସିକ ୧୨ ହଜାର ଟଙ୍କା ପାଇବେ ।
ସେହିପରି, ଅଙ୍ଗନୱାଡ଼ି ସହାୟିକାମାନଙ୍କ ମାସିକ ପାରିଶ୍ରମିକ ୫ ହଜାର ଟଙ୍କାରୁ ବୃଦ୍ଧି କରି ୬ ହଜାର ଟଙ୍କା କରାଯାଇଛି । ଅନୁକମ୍ପାମୂଳକ ମୃତ୍ୟୁ କାଳୀନ ସହାୟତା ରାଶି (Ex-gratia) ଦ୍ବିଗୁଣିତ କରାଯାଇଛି । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ଏହି ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୪ ଲକ୍ଷ ଟଙ୍କା କରାଯାଇଛି । ଅବସରକାଳୀନ ଆର୍ଥିକ ସହାୟତା (Exit Policy) ରାଶିରେ ତିନିଗୁଣ ବୃଦ୍ଧି କରାଯାଇଛି । ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଏହି ରାଶି ୧ ଲକ୍ଷ ଟଙ୍କାରୁ ତିନିଗୁଣ ବୃଦ୍ଧି କରି ୩ ଲକ୍ଷ ଟଙ୍କା କରାଯାଇଛି । ଅଙ୍ଗନୱାଡ଼ି ସହାୟିକାମାନଙ୍କ ପାଇଁ ଅବସରକାଳୀନ ସହାୟତା ରାଶି ୫୦ ହଜାର ଟଙ୍କାରୁ ବୃଦ୍ଧି କରି ୧ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି । ବିଭିନ୍ନ ଯୋଜନା ଅଧୀନରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ବାର୍ଷିକ ଆର୍ଥିକ ପ୍ରୋତ୍ସାହନ ଜାରି ରହିବ ।













Leave a Reply