ଭୁବନେଶ୍ୱର, ୨୨/୯ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ |ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)କାର୍ତ୍ତିକେଶ୍ୱର ବେହେରାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଫିରିଙ୍ଗିମାଲ ଏବଂ ଗୌରେନମୁଣ୍ଡା ପଞ୍ଚାୟତର ଦାୟିତ୍ୱରେ ଥିବା ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ବାସଭବନ ସମେତ ବିଭିନ୍ନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।
ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବରଗଡ଼ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ବିଭିନ୍ନ ୬ଟି ସ୍ଥାନରେ ରହିଥିବା ବାସଭବନରେ ଏକକାଳୀନ ଚଢାଉ କରି ତନାଘନା କରୁଛନ୍ତି। ଗାଇସିଲେଟ ନିକଟ କନ୍ଦାଗଡ଼, ବାସଭବନ, ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଘର, ଗାଇସିଲେଟରେ ଥିବା ଚାରି ମହଲା ନିର୍ମାଣାଧୀନ କୋଠା, କନ୍ଦାଗଡ଼ରେ ଥିବା ପୈତୃକ ଘର ଏବଂ କାଟାବାହାଲ ଗ୍ରାମ ପଞ୍ଚାୟତରେ ଥିବା ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ଚଢାଉ ଜାରି ରହିଛି
ସ୍ପେଶାଲ ଜଜ୍ ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଏହି ଚଢାଉ କରାଯାଉଛି। ଟିମ୍ରେ ଡିଏସ୍ପି, ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ସମ୍ପତ୍ତିର ମାପ-ଯାଞ୍ଚ ଏବଂ ବ୍ୟାଙ୍କ ଡିପୋଜିଟ୍ ଯାଞ୍ଚ ଜାରି ରହିଛି।













Leave a Reply