ଭୁବନେଶ୍ୱର, ୨୨/୯ : ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ କମିଶନ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ହେବ। ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶର ୧୦ ଜଣ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ଏହି ୧୦ଟି ଆସନ ମଧ୍ୟରୁ ଭାଜପା ପାଖରେ ୮ଟି ଆସନ ରହିଥିବାବେଳେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ପାଖରେ ଗୋଟିଏ ଲେଖାଏଁ ଆସନ ରହିଛି।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ରାଜ୍ୟସଭାର ୧୦ ଆସନ ପାଇଁ ନିର୍ବାଚନ ଅକ୍ଟୋବରରେ ହେବ। ଏହାକୁ ବିଧାନସଭାର ସେମିଫାଇନାଲ ବୋଲି କୁହାଯାଉଛି।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ, ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ ଏବଂ ଅକ୍ଟୋବର ୧୬ ତାରିଖରେ ଭୋଟ୍ ଗଣତି କରାଯିବ।
ଉତ୍ତରପ୍ରଦେଶରୁ ଅବସର ନେଉଥିବା ସଦସ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅରୁଣ ସିଂହ, ଗୀତା ଶାକ୍ୟା, ନୀରଜ ଶେଖର, ବ୍ରିଜଲାଲ, ବି.ଏଲ୍. ବର୍ମା, ସୀମା ଦ୍ୱିବେଦୀ ଓ ହରଦୀପ ସିଂହ ପୁରୀ, ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ଏବଂ ବିଏସପି (BSP)ର ରାମଜୀ ଗୌତମ ଅନ୍ତର୍ଭୁକ୍ତ ଅଛନ୍ତି।
ଉତ୍ତରପ୍ରଦେଶର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ଆସନ ମଧ୍ୟ ସେପ୍ଟେମ୍ବର ୧୧ ତାରିଖରୁ ଖାଲି ପଡ଼ିଛି; ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଇସ୍ତଫା କାର୍ଯ୍ୟକାରୀ ହୋଇଥିଲା।













Leave a Reply