ଜମୁଇ ନାବାଳିକା ଛାତ୍ରୀ ଦୁର୍ବ୍ୟବହାର ଓ ମାରପିଟ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ଵର/ବିହାର, ୨୨/୯: ବିହାର ଜମୁଇରେ ନାବାଳିକା ଛାତ୍ରୀ ଦୁର୍ବ୍ୟବହାର ମାମଲାରେ ବଡ ଆକ୍ସନ। ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ଏନକାଉଣ୍ଟରରେ ଗୁଳିବିଦ୍ଧ – ଗୋଡରେ ଗୁଳି ବାଜିଛି, ହସ୍ପିଟାଲରେ ଭର୍ତ୍ତି। ବିହାରର ଜମୁଇ ଜିଲ୍ଲାରେ ଜଣେ ନାବାଳିକା ଛାତ୍ରୀ ଏବଂ ତାଙ୍କ ନାବାଳକ ବନ୍ଧୁଙ୍କୁ କିଛି ଯୁବକ ବିଚ୍ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର ଓ ମାରପିଟ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ । ଭାଇରାଲ ଭିଡିଓ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ନନ୍ଦନ ଯାଦବଙ୍କୁ ଏନ୍କାଉଣ୍ଟର କରିଛି । ତାଙ୍କ ଗୋଡ଼ରେ ଗୁଳି ଲାଗିଥିବା ରିପୋର୍ଟ ଆସିଛି।ଗୁଳିବିଦ୍ଧ ହେବା ପରେ ତାଙ୍କୁ ଧରାଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ନନ୍ଦନ ଯାଦବ ଏହି ଘଟଣାରେ ପୁଲିସର ଟାର୍ଗେଟରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ। ପୁଲିସ ସହ ମୁହାଁମୁହିଁ ସମୟରେ ତାଙ୍କ ଗୋଡ଼ରେ ଗୁଳି ଲାଗିଥିବା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିବା ରିପୋର୍ଟ ହୋଇଛି। ଏହି ମାମଲାରେ ପ୍ରାୟ ୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ଏବଂ ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କୁ ଗିରଫ କରାଯାଇଛି । ଘଟଣାଟି ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାର ବୋଲି ରିପୋର୍ଟରୁ ଜଣାପଡ଼ିଛି। ଦୁଇ ନାବାଳକ-ନାବାଳିକା କୋଚିଂ ସାରି ଏକ ସ୍କୁଟରରେ ଫେରୁଥିବା ସମୟରେ ଜମୁଇର ମାଡ଼ୱା/ମରୱା ପାହାଡ଼ ନିକଟ ଅଞ୍ଚଳରେ ଏକ ଦଳ ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ନାବାଳକଙ୍କୁ ମାରପିଟ କରିବା ସହ ନାବାଳିକାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର କିଛି ଅଂଶ ମୋବାଇଲ୍‌ରେ ରେକର୍ଡ ହୋଇଥିଲା ଏବଂ ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Leave a Reply

Your email address will not be published. Required fields are marked *