IPS ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ୱରର ନୂଆ ଡିସିପି

ଭୁବନେଶ୍ଵର, ୨୨/୯: ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ ହେଲେ IPS ସର୍ବଣା ବିବେକ ଏମ୍ । ଭୁବନେଶ୍ବର ଡିସିପି ଜଗମୋହନ ମୀନା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ସର୍ବଣା ବିବେକ ଏମ୍ ଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ ମିଳିଛି ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ପୂର୍ବରୁ ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟରତ ଥିଲେ ।

ସୂଚନାଯୋଗ୍ୟ, ୨୦୧୫ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ସର୍ବଣା ବିବେକ ଏମ୍ । ପୂର୍ବରୁ ସେ ରାୟଗଡ଼ା ଏବଂ ବ୍ରହ୍ମପୁରର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଭୁବନେଶ୍ୱରରେ ଭିଜିଲାନ୍ସ ଏସପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଆଗକୁ ପାର୍ବଣ ଆସୁଥିବା ବେଳେ ଭୁବନେଶ୍ୱରର ଗୁରୁ ଦାୟିତ୍ୱ ବର୍ତ୍ତମାନ ତାଙ୍କ ଉପରେ ରହିବ। ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ପର୍ଦ୍ଦାଫାସ କରିବାରେ ତାଙ୍କ ଭୂମିକା ବେଶ ପ୍ରଶଂସନୀୟ ଥିଲା । ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ହତ୍ୟା ପଛର ମୁଖ୍ୟ କାରଣକୁ ଖୋଜି ସେ ବାହାର କରିଥିଲେ ।

Leave a Reply

Your email address will not be published. Required fields are marked *