ଅଶାନ୍ତ ସମୁଦ୍ର: କୂଳରେ ନାଲି ପତାକା ଲଗାଇଲା ପୁରୀ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର, ୨୨/୯ : ବଙ୍ଗୋପସାଗରରେ ଗଭୀର ଅବପାତ ପାଇଁ ସମୁଦ୍ର ଅଶାନ୍ତ। ପୁରୀ ଜିଲ୍ଲା ପ୍ରଶାସନ ବିଚ୍ ରେ ଲାଲ ପତାକା ଲଗାଇ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ମନା କରିଛି। ମତ୍ସ୍ୟଜୀବୀଙ୍କୁ ୨୪ ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ଜାରି କରିଛି | ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର କୂଳରେ ନାଲି ପତାକା ଲଗାଇ ପର୍ଯ୍ୟଟକଙ୍କୁ ସଚେତନ କରାଇଛି ପ୍ରଶାସନ। ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ରରେ ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣା ଲଗାଯାଇଛି।

ସମୁଦ୍ର କୂଳର ବିଭିନ୍ନ ସେକ୍ଟରରେ ଲାଇଫ ଗାର୍ଡମାନଙ୍କୁ ମୁତୟନ କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ଉଚ୍ଚ ଜୁଆର ଆସିବାର ଯଥେଷ୍ଟ ସମ୍ଭାବନା ଥିବାରୁ କୌଣସି ପର୍ଯ୍ୟଟକ ଯେଭଳି ସମୁଦ୍ରରେ ସ୍ନାନ ନ କରନ୍ତି ସେନେଇ ସଚେତନ କରାଇବାକୁ ଲାଇଫ ଗାର୍ଡ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିରୋ ଡ୍ରାଉନିଙ୍ଗ ଉପରେ ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ସେହିପରି ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ମଧ୍ୟ ବାତିଲ୍ କରାଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନେ କୂଳକୁ ଫେରି ଆସିଛନ୍ତି। ମତ୍ସ୍ୟଜୀବୀ ମାନେ ନିଜର ସମସ୍ତ ଡଙ୍ଗା, ଜାଲ ଓ ମେସିନ୍ ଗୁଡିକ ସୁରକ୍ଷିତ ସ୍ଥାନ ରେ ରଖିବା ପାଇଁ ମତ୍ସ୍ୟ ବିଭାଗ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *