ଭୁବନେଶ୍ୱର, ୨୨/୯: ସିମ କାର୍ଡକୁ ନେଇ ଏବେ ସାବଧାନ ରୁହନ୍ତୁ। ନହେଲେ ଜେଲ୍ ଯିବେ ତାସହ ଜରିମାନା ଦେବେ । ନିଜ ଡକ୍ୟୁମେଣ୍ଟରେ ସିମ୍ କାର୍ଡ ନେଇ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେଲେ ଆପଣ ତସହା ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ନିଜ ନାଁରେ ନେଇଥିବା SIM ଅନ୍ୟକୁ ଦେଲେ, ବିକିଲେ ବା ଭଡାରେ ଦେଲେ ଆପଣ ଫସିବେ। Telecommunications Act 2023 ଅନୁଯାୟୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା।
ଅନେକ କ୍ଷେତ୍ରରରେ ଆମେ ନିଜ ନାଁରେ ସିମ କାର୍ଡ ନେଇ ପରିବାର ବର୍ଗ ଓ ସାଂଗସାଥିକୁ ବ୍ୟବହାର କରିବାକୁ ଦେଇଥାଉ। ହେଲେ ଏବେ ଆଉ ସେସବୁ ଚଳିବନି। ନିଜ ନାଁରେ ସିମ୍ ନେଇ କାହାକୁ ବିକ୍ରି କରିବା, ଭଡ଼ାରେ ଦେବା କିମ୍ବା ସାଇବର ଠକେଇ ପାଇଁ ବ୍ୟବହାର କରିବା ଏଣିକି ମହଙ୍ଗା ପଡ଼ିପାରେ।
ଦୂରସଂଚାର ବିଭାଗ ଗତ ୨୧ ସେପ୍ଟେମ୍ବରରେ ଏନେଇ ନୂଆ ଆଡଭାଇଜରି ଜାରି କରିଛି। ନକଲି ପରିଚୟପତ୍ରରେ ସିମ୍ କିଣିବା କିମ୍ବା ବିକ୍ରି କରିବା, ମୋବାଇଲର IMEI ନମ୍ବରରେ ହେରଫେର କରିବା ଭଳି କାର୍ଯ୍ୟ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା ଯାଏ ଜରିମାନା ହୋଇପାରେ। ସରକାର ସମସ୍ତ ମୋବାଇଲ୍ ଉପଭୋକ୍ତାଙ୍କୁ ନିଜ ନାଁରେ କେତୋଟି ସିମ୍ ଚାଲୁଛି, ତାହା ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ଏଥିପାଇଁ ସଞ୍ଚାର ସାଥୀ ପୋର୍ଟାଲ କିମ୍ବା ଆପ୍ ମାଧ୍ୟମରେ ନିଜ ଆଇଡିରେ ଅଜଣା ମୋବାଇଲ୍ ନମ୍ବର ସକ୍ରିୟ ଅଛି କି ନାହିଁ, ତାହା ତୁରନ୍ତ ଚେକ୍ କରିପାରିବେ।
ଭାରତରେ ସାଧାରଣତଃ ଜଣେ ବ୍ୟକ୍ତି ନିଜ ନାଁରେ ସର୍ବାଧିକ ୯ଟି ସିମ୍ କାର୍ଡ ରଖିପାରିବେ। କିନ୍ତୁ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଏହି ସୀମା ଅଲଗା। ସୁରକ୍ଷା କାରଣରୁ ଏଠାରେ ଜଣେ ବ୍ୟକ୍ତି ନିଜ ନାଁରେ ସର୍ବାଧିକ ୬ଟି ସିମ୍ ରଖିପାରିବେ।
ନୂଆ ସିମ୍ ଆକ୍ଟିଭେଟ୍ କରିବା ପୂର୍ବରୁ ଟେଲିକମ୍ କମ୍ପାନୀଗୁଡ଼ିକୁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଗ୍ରାହକଙ୍କ ନାଁରେ କେତୋଟି ସିମ୍ ଚାଲୁଛି, ତାହା ଯାଞ୍ଚ କରିବେ , ୯ରୁ ଅଧିକ ସିମ୍ ଥିଲେ ଦେଖାଯିବ ଫଟୋ ସିମ୍ ସଂଖ୍ୟାକୁ ନେଇ ନିୟମ ଆହୁରି କଡ଼ା କରିବା ପାଇଁ ଅଗଷ୍ଟ ୨୩ରୁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଏକ ନୂଆ ଫିଚର୍ ଯୋଡ଼ାଯାଇଛି। ନିର୍ଦ୍ଧାରିତ ସୀମା, ଅର୍ଥାତ୍ ୯ଟି ସିମ୍ରୁ ଅଧିକ ସିମ୍ ଥିବା ଗ୍ରାହକଙ୍କ ଫଟୋ ଏହି ପ୍ଲାଟଫର୍ମରେ ଦେଖାଯିବ। ଏହାଦ୍ୱାରା ସିମ୍ ବିକ୍ରି ସମୟରେ ଡିଲରମାନେ ଗ୍ରାହକଙ୍କ ପରିଚୟ ଯାଞ୍ଚ କରି ନିୟମ ଅନୁଯାୟୀ ନୂଆ ସିମ୍ ଦେବା କି ନାହିଁ, ତାହା ନିଷ୍ପତ୍ତି ନେଇପାରିବେ।












Leave a Reply