ରାଣୀ ମୁଖାର୍ଜୀଙ୍କ ମା କୃଷ୍ଣା ମୁଖାର୍ଜୀଙ୍କ ପରଲୋକ 

ଭୁବନେଶ୍ଵର, ୨୨/୯: ପରଲୋକ ରେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ କୃଷ୍ଣା ମୁଖାର୍ଜୀ । ୭୫ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଏହି ଦୁଃଖଦ ଖବର ବିଷୟରେ ୟଶ ରାଜ ଫିଲ୍ମସ ସ୍ପଷ୍ଟ କରି ସୋସିଆଲ ମିଡିଆରେ ସେୟାର କରିଛି । ହେଲେ ସେ କୃଷ୍ଣାଙ୍କ ମୃତ୍ୟୁ କାରଣ ଏବେସୁଦ୍ଧା ପ୍ରକାଶ କରି ନାହିଁ ।YRF ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛି, ଅତ୍ୟନ୍ତ ଦୁଃଖର ସହ ଆମେ ଜଣାଉଛୁ ଯେ, ରାଣୀ ମୁଖାର୍ଜୀଙ୍କ ମା’, ୭୫ ବର୍ଷୀୟା କୃଷ୍ଣା ମୁଖାର୍ଜୀଙ୍କର ଆଜି ଅପରାହ୍ନରେ ଦେହାନ୍ତ ହୋଇ ଯାଇଛି ।

ଆପଣମାନଙ୍କ ଭଲପାଇବା, ପ୍ରାର୍ଥନା ଓ ସହଯୋଗ ପାଇଁ ପରିବାର କୃତଜ୍ଞ ଏବଂ ଏହି ଗଭୀର ଦୁଃଖ ସମୟରେ ନିଜର ପ୍ରାଇଭେସି ବଜାୟ ରଖିବାକୁ ଅନୁରୋଧ କରୁଛି।ରାଣୀ ମୁଖାର୍ଜୀ ପ୍ରାୟତଃ ନିଜ ମା’ଙ୍କ ସହ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ନଜର ଆସୁ ଥିଲେ । ଦୁହିଁଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡ଼ ସମ୍ପର୍କ ଥିଲା । କୃଷ୍ଣା ମୁଖାର୍ଜୀ ନିଜେ ମଧ୍ୟ କଳା ଜଗତ ସହ ଜଡ଼ିତ ଥିଲେ । ସେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିଲେ ଏବଂ ଜଣେ ପ୍ଲେବ୍ୟାକ୍ ସିଙ୍ଗର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ବିଶେଷ କରି ୧୯୮୨ ମସିହାରେ ଆସିଥିବା ଫିଲ୍ମ ‘ତିସରି ଆଁଖ୍’ର ପ୍ରସିଦ୍ଧ ଗୀତ ‘ଈଦ୍ କେ ଦିନ୍ ଗଲେ ମିଲ୍ ଲେ ରାଜା’ ଗାଇଥିବା ନେଇ ଜଣାଶୁଣା ଥିଲେ। ରାଣୀଙ୍କୁ ଫିଲ୍ମ ଜଗତକୁ ଆସିବା ପାଇଁ ତାଙ୍କ ମା’ ହିଁ ପ୍ରେରଣା ଦେଇଥିଲେ ।

Leave a Reply

Your email address will not be published. Required fields are marked *