ଚାନ୍ଦବାଲି BDO ସଞ୍ଜୀବ କୁମାର ମହାପାତ୍ର ସସ୍ପେଣ୍ଡ

ଭୁବନେଶ୍ୱର, ୧/୧୦: ନିଲମ୍ବିତ ହୋଇଛନ୍ତି ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ରଙ୍କ ଉପରେ ସରକାର ବଡ଼ ଆକ୍ସନ୍ ନେଇଛନ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ଜାରି ହୋଇଛି ଏହି ନିଲମ୍ବନ ଆଦେଶ। ଆଦେଶ ଅନୁସାରେ, ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଚାଲିଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍‌ CCA ନିୟମ ଅନୁଯାୟୀ ତାଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି।ସେହିପରି PR & DW ବିଭାଗରୁ ତାଙ୍କ ସେବା ପ୍ରତ୍ୟାହାର କରାଯାଇଛି।

ନିଲମ୍ବନ ସମୟରେ ଭଦ୍ରକ କଲେକ୍ଟରେଟ୍‌ ରହିବ ତାଙ୍କ ମୁଖ୍ୟାଳୟ। କଲେକ୍ଟରଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିୟମ ଅନୁସାରେ ତାଙ୍କୁ ମିଳିବ ନିଲମ୍ବନକାଳୀନ ଭତ୍ତା। ବଡ଼ କଥା ହେଉଛି-ନିଲମ୍ବନ ଆଦେଶରେ ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା କାରଣ ଉଲ୍ଲେଖ ନାହିଁ। କେବଳ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଚାଲିଥିବା ଦର୍ଶାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହୋଇଛି ।

ସରକାରୀ ସୂତ୍ରରେ ସବିଶେଷ କାରଣ ପ୍ରକାଶ ହୋଇନାହିଁ। ତେବେ ଗତ କିଛି ମାସରେ SIR ଡ୍ୟୁଟି ଅବହେଳା ପାଇଁ ଅନେକ BDO/ଅଧିକାରୀ ସସ୍ପେଣ୍ଡ ହୋଇଥିଲେ, ଏହି ଘଟଣାରେ ମଧ୍ୟ ସେହି ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *