ଭୁବନେଶ୍ୱର,୧୩/୧୧ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଧୁନିକ ଭାରତର ନିର୍ମାତା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୮ ତମ ଜୟନ୍ତୀ ଓ ୭୩ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟର ପ୍ରତି ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ ସମବାୟ ପ୍ରକୋଷ୍ଠର ମିଳିତ ଆନୁକୂଲ୍ୟରେ ଭାରତର ସମବାୟ ଆନ୍ଦୋଳନରେ ନେହେରୁଙ୍କ ଭୂମିକା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।
ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, କର୍ମକର୍ତ୍ତା, ସାମ୍ମୁଖ୍ୟ ଓ ବିଭାଗର ମୁଖ୍ୟ, ଏଆଇସିସି ପିସିସି ସଭ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାସଂଦ, ପୂର୍ବତନ ବିଧାୟକ ସମବାୟବିତ ବହୁ ସଂଖ୍ୟାରେ ଯୋଗଦେବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି ।













Leave a Reply