ଭୁବନେଶ୍ୱର/ନୂଆଦିଲ୍ଲୀ, ୨/୧୦: ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ବିଚାରାଧୀନ ଥିବା ଅବସ୍ଥାରେ ବ୍ୟାଙ୍କ ଆକାଉଣ୍ଟର ପାଣ୍ଠି ଉପରେ କାହାର ଅଧିକାର ରହିଛି, ତାହା ଏବେ ସ୍ଥିର କରାଯାଇପାରିବ ନାହିଁ। କଲିକତା ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଆକାଉଣ୍ଟ ସମ୍ପର୍କରେ କୌଣସି ଅତିରିକ୍ତ ଆଦେଶ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ କୋର୍ଟ ହାଇକୋର୍ଟଙ୍କୁ ଏହି ମାମଲାର ଶୁଣାଣି ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଟିଏମ୍ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ପଶ୍ଚିମବଙ୍ଗ ପୋଲିସ ସାଇବର ସେଲ୍ ଜୁଲାଇ ୭ରେ ବିଧାୟକ ବିଶ୍ୱନାଥ ଦାସଙ୍କ FIR ଆଧାରରେ ଫ୍ରିଜ୍ କରିଥିଲା । ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବା ପାଇଁ ଟିଏମ୍ସି ପକ୍ଷରୁ ଆବେଦନ କରାଯାଇଥିଲା । ପୂର୍ବରୁ ୩ ପ୍ରାଇଭେଟ ଆକାଉଣ୍ଟ ଫ୍ରିଜ୍ ମାମଲାରେ ହାଇକୋର୍ଟ ଜୁଲାଇ ୯ରେ Special Officer ନିଯୁକ୍ତ କରି ଦୈନନ୍ଦିନ ଖର୍ଚ ପାଇଁ ଅନୁମତି ଦେଇଥିଲେ। ତାକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି ।
ଟିଏମସି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘ୍ଭୀ ଯୁକ୍ତି ଦର୍ଶାଇଥିଲେ ଯେ ଆକାଉଣ୍ଟଗୁଡ଼ିକ ଜବତ ହେବା କାରଣରୁ ଦଳର ଦୈନନ୍ଦିନ କାର୍ଯ୍ୟାଳୟ ପରିଚାଳନା ଏବଂ ରାଜନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇପଡ଼ିଛି।













Leave a Reply