ଭୁବନେଶ୍ୱର, ୧/୧୦: ଜୟପୁର ନିକଟସ୍ଥ ରଣ୍ଡାପାଲି ପଂଚାୟତର କେନ୍ଦୁଗୁଡା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ଶିକ୍ଷକଙ୍କ ମାଡ଼ରେ ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତ ଛାତ୍ର ଜଣଙ୍କ ହେଲେ କେନ୍ଦୁଗୁଡା ଗାଁର ଗଙ୍ଗା ଜାନି ।
ତାଙ୍କ ବାପା ଟିନୁ ଜାନିଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲରେ ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ମାଡ଼ ମାରିଥିଲେ। ଛାତ୍ର ଜଣଙ୍କ ଗଡପଦର ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ। ୨ଦିନ ତଳେ ତାଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରିଥିଲେ। ଛାତ୍ର ଜଣଙ୍କ ଅସୁସ୍ଥ ହୋଇ ଘରକୁ ଚାଲି ଯାଇଥିଲେ। ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । କେଉଁ ପରିସ୍ଥିତିରେ ଏଭଳି ଘଟଣା ହେଲା ତାର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।















Leave a Reply