ଭୁବନେଶ୍ୱର/ନୂଆଦିଲ୍ଲୀ, ୨/୧୦:ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଇ-ଚାଲାଣ ଜରିମାନା ପୈଠ କରିନଥିବା ଗାଡ଼ି ମାଲିକମାନଙ୍କ ପାଇଁ ସୁପ୍ରିମ୍କୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ବକେୟା ଇ-ଚାଲାଣ ନଦେଲେ ମିଳିବନି ଗାଡ଼ିର କୌଣସି ବୈଧ କାଗଜପତ୍ର। ସମ୍ପୂର୍ଣ୍ଣ ପୈଠ ନହେବା ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକର ବିଭିନ୍ନ ଅନଲାଇନ୍ ସେବା ଉପରେ କଟକଣା ଲଗାଇବାକୁ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନ୍ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ବକେୟା ଇ-ଚାଲାଣ ଥିବା ଗାଡ଼ିଗୁଡ଼ିକୁ କେନ୍ଦ୍ରୀୟ ପରିବହନ ପୋର୍ଟାଲରେ ବ୍ଲାକ୍ଲିଷ୍ଟ୍ କରାଯିବ ।ଏହାଦ୍ୱାରା ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ନବୀକରଣ, ଡୁପ୍ଲିକେଟ୍ ଆର୍ସି ଜାରି, ମାଲିକାନା ହସ୍ତାନ୍ତର, ଫିଟ୍ନେସ୍ ପ୍ରମାଣପତ୍ର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇବା ସମ୍ଭବ ହେବ ନାହିଁ। ସେହିପରି ଗାଡ଼ିର ଠିକଣା ପରିବର୍ତ୍ତନ ଭଳି ଅନ୍ୟାନ୍ୟ ସେବା ମଧ୍ୟ ବନ୍ଦ ରହିବ । ଏକାଧିକ ଥର ଟ୍ରାଫିକ୍ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ନ କରିବା ଏବଂ ଚାଲୁ ଲାଇସେନ୍ସକୁ ସ୍ଥଗିତ ରଖିବା ପାଇଁ ମଧ୍ୟ କୋର୍ଟ କହିଛନ୍ତି ।
ସାରା ଦେଶରେ 49,194 କୋଟି ଟଙ୍କା ବକେୟା ଥିବା ବେଳେ 26,175 କୋଟି ଟଙ୍କା ଆଦାୟ- ୪୭% ଚାଲାଣ ଅପରିଶୋଧିତ -। “କେବଳ ଚାଲାଣ କାଟିଲେ ହେବନି, ଆଦାୟ ଜରୁରୀ” । ବିଦ୍ୟୁତ ବିଲ୍ ସହ ଯୋଡ଼ିବା ପ୍ରସ୍ତାବ ମୌଖିକ ଥିଲା, ଲିଖିତ ଆଦେଶରେ ନାହିଁ ।













Leave a Reply