ଭୁବନେଶ୍ୱର, ୧/୧୦: ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆରଏସ) ପାଇଁ ଆବେଦନ କରିଛନ୍ତି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ । ତାମିଲନାଡ଼ୁରେ ୧୯୬୮ ଜନ୍ମ ଗ୍ରହଣ କରିଥିଲେ । ୨୦୦୧ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି।
ଆର. ଏସ. ଗୋପାଳନ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହା ସହିତ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ନିଜ ଚାକିରି ସମୟ ପ୍ରାୟ ଦେଢ଼ ବର୍ଷ ବାକି ଥିବା ବେଳେ ସେ ଭିଆରଏସ ପାଇଁ ଆବେଦନ କରି ସମସ୍ତଙ୍କୁ ଚକିତ କରିଛନ୍ତି। ନିକଟରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା।
ବ୍ୟକ୍ତିଗତ କାରଣ, ପୁଅର ପାଠପଢ଼ା ପାଇଁ ଭୁବନେଶ୍ୱରରେ ରହିବେ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି । “SIR ସହ କୌଣସି ସମ୍ପର୍କ ନାହିଁ, ମୋ କାମ ନିଷ୍ପକ୍ଷ ଭାବେ ମୁଁ କରିଛି ।















Leave a Reply