ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ସ୍ଥଳଭାଗରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୫.୩ 

ଭୁବନେଶ୍ୱର/ ନୂଆଦିଲ୍ଲୀ, ୧/୧୦: ଥରିଲା ଆଫଗାନିସ୍ତାନ। ହିନ୍ଦୁକୁଶ ଅଞ୍ଚଳ ସ୍ଥଳଭାଗରେ ଆଜି ସକାଳେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ, ସକାଳ ପ୍ରାୟ ୬:୫୯ ମିନିଟ୍ ସମୟରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।

ହିନ୍ଦୁକୁଶ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପର କେନ୍ଦ୍ରବିନ୍ଦୁ ରହିଥିବାରୁ କମ୍ପନ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପରେ ଆତଙ୍କିତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ । ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଧନଜୀବନ କ୍ଷତି କିମ୍ବା ବଡ଼ଧରଣର କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିନାହିଁ ।

ହିନ୍ଦୁକୁଶ ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ସିସମିକ୍ ଜୋନରେ ଆସୁଥିବାରୁ ଏଠାରେ ଅନେକ ସମୟରେ ଏପରି ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ । ଗତମାସରେ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ବର୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷତି ରିପୋର୍ଟ ନାହିଁ, ତେବେ ପାକିସ୍ତାନ ଓ ଉତ୍ତର ଭାରତ ପର୍ଯ୍ୟନ୍ତ ଝଟକା ଅନୁଭୂତ ସମ୍ଭାବନା

Leave a Reply

Your email address will not be published. Required fields are marked *