ଭୁବନେଶ୍ୱର, ୨/୧୦: ରାଜ୍ୟରେ ଭାଜପା ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ୫ଲକ୍ଷ ୧୨ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସଂକ୍ରାନ୍ତୀୟ ଫାଇଲକୁ ଅନୁମୋଦନ କରିଛନ୍ତି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଖୁବ୍ଶୀଘ୍ର ଏନେଇ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ଏହାପରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ ବୋଲି ମନ୍ତ୍ରିମଣ୍ଡଳର ଜଣେ କ୍ୟାବିନେଟ୍ ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ଡାଟାବେସ୍ ଏବଂ ପୋର୍ଟାଲ ପ୍ରସ୍ତୁତ ପ୍ରକ୍ରିୟା ଜୋରଦାର ହୋଇଛି। ଏତେ ସଂଖ୍ୟକ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବା ପାଇଁ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ଏକ ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବେ।















Leave a Reply