ଭୁବନେଶ୍ୱର/ନୂଆଦିଲ୍ଲୀ, ୨/୧୦: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ଧାମନଗାଁ ରେଳବାଇ ଷ୍ଟେସନ୍ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଓ ଟେମ୍ପୋ ପିକଅପ୍ ଭ୍ୟାନ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି । ଦୂର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୧୯ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବୁଲଢାଣା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସେଗାଁରୁ ଏକ ଦୁର୍ଗା ମୂର୍ତ୍ତି ନେଇ ଟେମ୍ପୋ ପିକଅପ୍ ଭ୍ୟାନ୍ଟି ୱାର୍ଦ୍ଧା ଅଭିମୁଖେ ଫେରୁଥିଲା ।ଧାମନଗାଁ ରେଳବାଇ ଷ୍ଟେସନ୍ ନିକଟରେ ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ସହ ଟେମ୍ପୋର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଟେମ୍ପୋଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା ।
ଖବର ପାଇ ପୁଲିସ ଓ ରେଳବାଇ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହ କିଛି ସାମ୍ବାଦିକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଭାଙ୍ଗିଯାଇଥିବା ଟେମ୍ପୋରୁ ଆହତମାନଙ୍କୁ ବାହାର କରି ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମୋଟ ୧୯ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଟେମ୍ପୋଟି ବୁଲଢାଣା ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳ ଶେଗାଓଁରୁ ଦୁର୍ଗା ପ୍ରତିମା ନେଇ ୱାର୍ଦ୍ଧା ଅଭିମୁଖେ ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।













Leave a Reply