ଭୁବନେଶ୍ୱର, ୧/୧୦: ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି ପାଇବାକୁ ଯାଉଛି । ପ୍ରତି ଲିଟରରେ ୨ରୁ ୪ ଟଙ୍କା ବଢ଼ିବ କ୍ଷୀର ଦର । ଓମଫେଡ୍ ପରିଚାଳନା କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ କ୍ଷୀର ପ୍ୟାକେଟ୍ ଉପରେ ଲିଟର ପ୍ରତି ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରାଯାଇଛି ।
ଟୋନ୍ଡ୍ ମିଲ୍କର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ହେବ। ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କା ପ୍ରତି ଲିଟର ହୋଇଥିବାବେଳେ ୫୦୦ ମିଲି. ଟୋନ୍ଡ୍ ମିଲ୍କ ପ୍ୟାକେଟ୍ର ଦାମ ୨ ଟଙ୍କା ବଢ଼ିଛି ।
ସେହିପରି ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୫୮ ଟଙ୍କାରୁ ୬୦ ଟଙ୍କା ହେବ। ଏହାସହ ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ହେବ ।













Leave a Reply