ଭୁବନେଶ୍ୱର / ନୂଆଦିଲ୍ଲୀ ୨୭/୯: ଉତ୍ତର-ପଶ୍ଚିମ ପାକିସ୍ତାନରେ ବଡ ଆତଙ୍କବାଦୀ ଆକ୍ରମଣ। ଖୈବର ପଖତୁନଖ୍ବାରେ ଶନିବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଡେରା ଇସମାଇଲ ଖାନ ଜିଲାର ରାସ୍ତା କଡ଼ରେ ଥିବା ଏକ ପୁଲିସ ଶିବିର ଉପରକୁ EHI ଆକ୍ରମଣ ହୋଇଛି | ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ମହିଳା, ୨ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି | ୩୦ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣକାରୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ ଆସିଥିଲା। ସେ ପୁଲିସ ଶିବିର ନିକଟରେ ପହଞ୍ଚିବା ପରେ ନିଜକୁ ଉଡ଼ାଇ ଦେଇଥିଲା। ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ସଂଗଠନକୁ ଆଫଗାନିସ୍ତାନର ତାଲିବାନ ସମର୍ଥନ ଦେଉଛି। ଟିଟିପି ପାକିସ୍ତାନ ସେନା ଓ ସରକାରଙ୍କ ମୁଣ୍ଡ ବିନ୍ଧା ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୯୯୦ଟି ଆତଙ୍କବାଦୀ ଘଟଣା ସାମନାକୁ ଆସିଲାଣି। ଏଥିରେ ୧୧୨୯ ଜଣ ପ୍ରାଣ ହରାଇଲେଣି।













Leave a Reply