ଭିଜିଲାନ୍ସ ଜାଲରେ ଏଇଇ ଶିଶିର କୁମାର ଦାଶ, ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର ୨୭/୯: ମାଲକାନଗିରିରେ ଭିଜିଲାନ୍ସ ରେଡ୍। ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ | ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏଇଇ ଶିଶିର କୁମାର ଦାଶଙ୍କ ଘରେ ଚଢ଼ାଉ | ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ସମ୍ପର୍କିତ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏହି ତଲାସି ଚାଲିଛି । ଏହି ମାସରେ ଅବସର ନେବାର ଥିଲେ|

ବରମୁଣ୍ଡା ଭୁବନେଶ୍ୱରରେ ୪-ମହଲା କୋଠା, ନୀଳାଚଳ ନଗର ବ୍ରହ୍ମପୁରରେ ୨-ମହଲା, ଗଞ୍ଜାମ ବାସୁଦେବପୁର, ଗଜପତି ନଗର ପୈତୃକ ଘର, ମାଲକାନଗିରି ଭଡା ଘର ଓ DRDA ଅଫିସ ଚାମ୍ବରରେ ଚଢ଼ାଉ ହୋଇଛି | ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ାଉ କରାଯାଇଛି । ଏଥିରେ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଚାରି ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ଦୁଇ ମହଲା କୋଠା ଓ ଗଞ୍ଜାମ ବାସୁଦେବପୁରସ୍ଥିତ ଏକ ଘରେ ତଲାସି ଚାଲିଛି । ସେହିପରି ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିର ଭଡ଼ା ଘର ଏବଂ ଡିଆରଡିଏ, ମାଲକାନଗିରିସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *