ଭୁବନେଶ୍ୱର / ନୂଆଦିଲ୍ଲୀ ୨୭/୯: UN ମଞ୍ଚରେ ଭାରତ ବଡ କୂଟନୈତିକ ଜିତ ହାସଲ କରିଛି |ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣିଥରେ ନିଜର ବହୁମତ ସମର୍ଥନ ଜଣାଇଛି ରୁଷ । ୮୧ତମ ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକ ସମୟରେ ରୁଷ ବିଦେଶମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍ ଭାରତ ଓ ବ୍ରାଜିଲ୍କୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବା ସପକ୍ଷରେ ମତ ରଖିଛନ୍ତି।
ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ସାଧାରଣ ସଭାରେ ନିଜର ବକ୍ତବ୍ୟ ରଖିବା ବେଳେ ଶ୍ରୀ ଲାଭ୍ରୋଭ୍ କହିଥିଲେ ଯେ ରୁଷିଆ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ପ୍ରତିନିଧିତ୍ୱ ବୃଦ୍ଧି କରିବା ସପକ୍ଷରେ ରହିଛି ଏବଂ ମସ୍କୋ ସ୍ଥାୟୀ ଆସନ ପାଇଁ ଭାରତ ଓ ବ୍ରାଜିଲର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି।
ଲାଭ୍ରୋଭଙ୍କ ମତରେ, ବର୍ତ୍ତମାନର ସୁରକ୍ଷା ପରିଷଦରେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ପ୍ରତିନିଧିତ୍ୱ ବଢ଼ିବା ଆବଶ୍ୟକ। ଗ୍ଲୋବାଲ୍ ସାଉଥ୍ର ଦେଶଗୁଡ଼ିକୁ ଅଧିକ ସ୍ଥାନ ଦେବା ଦିଗରେ ରୁଷ ସମର୍ଥନ କରୁଥିବା ସେ କହିଛନ୍ତି। ଭାରତ ଓ ବ୍ରାଜିଲ୍କୁ ସ୍ଥାୟୀ ଆସନ ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ରୁଷ ପୂର୍ବରୁ ମଧ୍ୟ ସମର୍ଥନ କରିଆସିଛି।
ସୁରକ୍ଷା ପରିଷଦରେ ଅତିରିକ୍ତ ପଶ୍ଚିମୀ ଦେଶକୁ ସ୍ଥାୟୀ ଆସନ ଦେବା ନେଇ ରୁଷ ଭିନ୍ନ ମତ ପ୍ରକାଶ କରିଛି। ବିଶେଷକରି ଜର୍ମାନୀ ଓ ଜାପାନକୁ ନୂଆ ସ୍ଥାୟୀ ଆସନ ଦେବା ପ୍ରସଙ୍ଗରେ ମସ୍କୋ ଆପତ୍ତି ଜଣାଇଛି। ରୁଷର ଯୁକ୍ତି ହେଉଛି, ସୁରକ୍ଷା ପରିଷଦରେ ଗ୍ଲୋବାଲ୍ ସାଉଥ୍ର ପ୍ରତିନିଧିତ୍ୱ ପ୍ରାଥମିକତା ପାଇବା ଉଚିତ।
ବର୍ତ୍ତମାନ ଜାତିସଂଘ ସୁରକ୍ଷା ପରିଷଦରେ ମୋଟ ୧୫ଟି ସଦସ୍ୟ ଦେଶ ରହିଛନ୍ତି। ମରିସ, ପର୍ତ୍ତୁଗାଲ, V4 ଦେଶ ମଧ୍ୟ ଭାରତକୁ ସମର୍ଥନ ଜଣାଇଥିବା ବେଳେ, ଏଥିରୁ ଚୀନ୍, ଫ୍ରାନ୍ସ, ରୁଷିଆ, ବ୍ରିଟେନ୍ ଓ ଆମେରିକା – ଏବଂ ଦୁଇ ବର୍ଷିଆ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହେଉଥିବା ଦଶ ଜଣ ଅସ୍ଥାୟୀ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।













Leave a Reply