ଖୁଣ୍ଟା ,୨୭/୯: ଲଗାଣ ବର୍ଷା ହେବା ଫଳରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନ ରେ ଥିବା ବିଭିନ୍ନ ନଦୀରେବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି । କେତେକ ଗ୍ରାମରେ ବନ୍ୟାପାଣି ପ୍ରବେଶ କରିବା ଫଳରେ ଗ୍ରାମ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଖୁଣ୍ଟା ବ୍ଲକ ର ନାଲୁହା ନଦୀରେ ବନ୍ୟା ଯୋଗୁଁ ଉଦଳା – ଖୁଣ୍ଟା ରାଜ୍ୟ ରାଜପଥ ର ନାଲୁହା ପୋଲ ଉପରେ ଦେଇ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଶୁକ୍ରବାର ପ୍ରାତଃ ରୁ ଉକ୍ତ ରାଜରାସ୍ତା ଦେଇ ଯାନବାହାନ ଚଳପ୍ରଚ଼ଳ ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି ।
ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହାନ ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଛି । ସେହିପରି ନଲୁହା, ନଦୀରେ ବନ୍ୟା ଯୋଗୁଁ ରାଜପଥର ନାଲୁହା ଛକ ଠାରୁ କରକଚ଼ିଆ ପଞ୍ଚାୟତ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ତେବେ ବାରିପଦା – ଖୁଣ୍ଟା – ଉଦଳା ରାଜ୍ୟ ରାଜପଥ ର ନାଲୁହା ନଦୀ ପୋଲ ଉପରେ ବନ୍ୟା ପାଣି ଚ଼ାଲୁ ରହିଥିବା ବେଳେ ଏକ ବୋଲେର ବିପଦ ପୂର୍ଣ୍ଣ ଭାବେ ପୋଲ ପାର ହେବାକୁ ଉଦ୍ୟମ କରିଥିବା ବେଳେ ପ୍ରଖର ବନ୍ୟା ପାଣିରେ ଫସି ଯାଇଥିଲା। ଘଟଣା ସଂପର୍କରେ ସୂଚନା ପାଇ ଖୁଣ୍ଟା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିର ଡ଼୍ରାଇଭରଙ୍କୁ ବନ୍ୟା ଜଳରୁ ଉଦ୍ଧାର କରିଥିବା ବେଳ ବଲେର ଟି ବନ୍ୟା ପାଣିରେ ଫସି ରହିଥିବା ଦେଖିବାକୁ ମିଳିଥିଲା ।ସେହିପରି ନାଲୁହା ନଦୀରେ ସ୍ପଷ୍ଟି ହୋଇଥିବା ବନ୍ୟା ଯୋଗୁଁ ନଦୀ କୂଳରେ ଅବସ୍ଥିତ କରକଚିଆ ପଞ୍ଚାୟତ କରକଚିଆ ସାନ ସାତଶୋଳ, ଟିକରପଡାର ବଡକଇଁମ ଓ ଭାଲିଆଡିହି ଆଦି ଗ୍ରାମ ଗୁଡ଼ିକରେ ବନ୍ୟାପାଣି ପ୍ରବେଶ କରିଥିବା ବେଳ ଗ୍ରାମବାସୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ବାଙ୍ଗଡ଼ିହ ଗ୍ରାମର ୪୦ ରୁ ୪୫ ପରିବାର ବନ୍ୟା ପାଣି ଘେରରେ ଥିବା ବେଳ ସେମାନଙ୍କୁ ଖୁଣ୍ଟା ଅଗ୍ନୀଶମ ବିଭାଗ ଉଦ୍ଧାର କରି ନିରାପଦ ସ୍ଥାନକୁ ଆଣିଥିବା ଜଣାଯାଇଛି ।ସେହିପରି ଗଙ୍ଗାହାର ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗୋପବନ୍ଧୁ ନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସାହାଡ଼ାଗଡ଼ି , ଆହୁଜାଖୁଣ୍ଟା ଏବଂ ଖପରାପାଳ ଆଦି ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଥିବା ସହ ଗ୍ରାମଟି ଜଳମଗ୍ନ ହୋଇ ରହିଥିବା ବେଳେ ୧୦୦ରୁ ଉର୍ଦ୍ଧ ଲୋକଙ୍କୁ ପଞ୍ଚାୟତ ପକ୍ଷରୁ ଉଦ୍ଧାର କରାଯାଇ ଖୁଣ୍ଟା କଲ୍ୟାଣ ମଣ୍ଡପ ଠାର ରଖାଯାଇଛି । ସେହିପରି କୁଶଳଦା ପଞ୍ଚାୟତର ବଣକାଟି ଗ୍ରାମ ରେ ନାଲୁହା ନଦୀ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ଶିଳଘାଟୀ ପଞ୍ଚାୟତର ଅତାନଟୀ , ଡାହାଣୀବୁଡ଼ା , କେନ୍ଦୁଆମୁଣ୍ଡି ଆଦି ଗ୍ରାମ ନାଲୁହା ନଦୀର ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ପ୍ରଭାବିତ ଗ୍ରାମବାସୀ ମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।













Leave a Reply