ନେପାଳର ପୂର୍ବତନ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଜଙ୍ଗ ବାହାଦୂର ରାଣା ଗିରଫ

ଭୁବନେଶ୍ୱର / ନୂଆଦିଲ୍ଲୀ ୨୭/୯: କାଠମାଣ୍ଡୁରେ ହାଇ ଡ୍ରାମା। ନେପାଳର ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଜଙ୍ଗ ବାହାଦୂର ରାଣା ଗିରଫ | ସେପ୍ଟେମ୍ବର ୨୭ ରାତି ୩ଟାରେ ମହାରାଜଗଞ୍ଜ ବାସଭବନରୁ ତାଙ୍କୁ ଗିରଫ କରିଛି । କାଠମାଣ୍ଡୁ ଭ୍ୟାଲି କ୍ରାଇମ ଇନଭେଷ୍ଟିଗେସନ ଅଫିସ ଟିମ୍ ତାଙ୍କୁ ଗିରଫ କରିଛି | ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଣାଙ୍କ ବିରୋଧରେ କାଠମାଣ୍ଡୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି |

ନ୍ୟାୟିକ କାର୍ଯ୍ୟଧାରାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିବା ଏବଂ ରାଜନୈତିକ କାର୍ଯ୍ୟକଳାପରେ କ୍ରମାଗତ ଭାବେ ଜଡ଼ିତ ହେବା ଭଳି ଅଭିଯୋଗ ମଧ୍ୟରେ ପୂର୍ବତନ ପ୍ରଧାନ ବିଚାରପତି ଚୋଲେନ୍ଦ୍ର ରାଣାଙ୍କୁ ଗିରଫ କରାଯାଇଛି।

ପୋଲିସ ପୂର୍ବତନ ଜଷ୍ଟିସ ରାଣାଙ୍କୁ ଆବଶ୍ୟକ ଯାଞ୍ଚ ପାଇଁ ନିଆଯିବା ସମୟରେ ଏହି ମାମଲାକୁ ନେଇ ଖୁବଶୀଘ୍ର ସୂଚନା ସାର୍ବଜନୀନ କରିବା ବିଷୟରେ କହିଛନ୍ତି । ପୋଲିସ ଏଯାଏଁ ଅଭିଯୋଗ ଏବଂ ଦୋଷ କ’ଣ ରହିଛି ତାହା ସାର୍ବଜନୀନ କରାଯାଇନାହିଁ । ଗିରଫ ହେବାର କାରଣ ଏଯାଏଁ ଜଣାପଡିନାହିଁ । ପ୍ରଥମେ ଗିରଫ କହିଲା, ପରେ କହିଲା “ସୁରକ୍ଷା କାରଣରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି କୁହାଯାଇଛି |

ଜାନୁଆରୀ ୨, ୨୦୧୯ରେ ନେପାଳ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇଥିବା ଜଷ୍ଟିସ ରାଣା ୨୦୨୨ରେ ସଂସଦର ମହାଅଭିଯୋଗ ପ୍ରସ୍ତାବ ଆସିବା ପରେ ସେ ନିଜେ ସ୍ବତଃ ନିଲମ୍ବିତ ହୋଇଥିଲେ । ଦୀର୍ଘ ସମୟ ଧରି ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଚାଲୁଥିଲା । ନିକଟରେ ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ମହାଅଭିଯୋଗ ପ୍ରକ୍ରିୟା ପୂରଣ ହେବା ପରେ ତାଙ୍କ ପେନସନ୍ ଏବଂ ରିଟାୟରମେଣ୍ଟ ପରେ ମିଳୁଥିବା ସମସ୍ତ ପ୍ରକାରର ଅର୍ଥକୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମିଳିତ ଜାତିସଂଘ ସାଧାରଣ ସଭା ସହ ଜଡ଼ିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ନେପାଳ ଫେରିବାର ମାତ୍ର କିଛି ଘଣ୍ଟା ପରେ ରାଣାଙ୍କୁ ଗିରଫ କରାଯାଇଥିଲା।

ରାଣାଙ୍କ ଗିରଫଦାରୀ ପଛର ଆଇନଗତ ଆଧାର ସମ୍ପର୍କରେ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସର୍ବସାଧାରଣରେ କୌଣସି ବିସ୍ତୃତ ବିବରଣୀ ପ୍ରଦାନ କରିନାହାନ୍ତି।

ରାଣାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକ ସରକାରୀ ଓ ନ୍ୟାୟିକ ସୂତ୍ରରୁ ମିଳିଥିବା ତଥ୍ୟ ଉପରେ ଆଧାରିତ; କର୍ତ୍ତୃପକ୍ଷ ଗିରଫଦାରୀର କାରଣ ସ୍ପଷ୍ଟ କଲା ପରେ ଏ ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *