ଏବେ ୨୮ ଦିନର ରିଚାର୍ଜ ପ୍ଲାନ ନୁହେଁ ପୂରା ୩୦ ଦିନର ମିଳିବ ପ୍ଲାନ

ଭୁବନେଶ୍ୱର / ନୂଆଦିଲ୍ଲୀ ୨୭/୯: ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର | ଶସ୍ତା ଭଏସ୍ ଓନ୍ଲି ପ୍ଲାନ୍ ବି ହେବ ଲଞ୍ଚ। ଏଣିକି ଆଉ ୨୮ ଦିନ ନୁହେଁ ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ | ରବିବାର କେନ୍ଦ୍ର ସରକାର ‘ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ, ୨୦୨୬’ କାର୍ଯ୍ୟକାରୀ କରିଛନ୍ତି।

ଯାହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ ଟି ରିଚାର୍ଜରୁ ମୁକ୍ତି ମିଳିବ। ବିଜେପି ସାଂସଦ ରାଘବ ଚଢା ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ପୂର୍ବରୁ କମ୍ପାନୀଗୁଡ଼ିକ ଅନାବଶ୍ୟକ ଡାଟାଯୁକ୍ତ ରିଚାର୍ଜ ପ୍ଲାନ ଦେଇ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ। କମ୍ପାନୀଗୁ଼ଡ଼ିକର ପ୍ଲାନ ୨୮ ଦିନର ରହୁଥିଲା| ହେଲେ ଏବେ ଆଉ ଏହା ହେବନି। ନୂଆ ନିୟମ ଲାଗୁ ହେବ ପରେ କମ୍ପାନୀଗୁଡିକ ଏବେ ୨୮ ଦିନ ପରିବର୍ତ୍ତେ ପୂରା ୩୦ ଦିନର ରିଚାର୍ଜ ପ୍ଲାନ ଲଞ୍ଚ୍ କରିବେ। ରାଘବ ଚଢା ଦେଲେ ସୂଚନା ବିଜେପି ସାଂସଦ ରାଘବ ଚଢା ଏହି ନୂଆ ଅପଡେଟ୍ ସମ୍ପର୍କରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସୀ ଜାହିର କରିବା ସହିତ ସେ ଏହି ବିଷୟକୁ ସଂଦରେ ଉଠାଇଥିବା କଥା କହିଥିଲେ।

ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଥିବା ଅନାବଶ୍ୟକ ବୋଝ ଏବେ ଯଥେଷ୍ଟ ହ୍ରାସ ହୋଇପାରିବ। ଦ୍ୱିତୀୟ ବଡ଼ କଥା ହେଲା ଯେଉଁ ଉପଭୋକ୍ତାମାନେ ଡାଟା ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ପ୍ରିପେଡ୍ ଭଏସ ଓନଲି ପ୍ଲାନ୍ ଦିଆଯିବ। ଏଥିରେ କେବଳ ଆପଣଙ୍କୁ ଇନକମିଂ ଓ ଆଉଟଗୋଇଂ ପ୍ଲାନ ଦିଆଯିବ। ମାନେ ଫୋନ ଆସିବ ଓ ଯିବ। କୌଣସି ଡାଟା ପ୍ୟାକ୍ ରହିବ ନାହିଁ କି ଏଥିପାଇଁ ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *