ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ

ଭୁବନେଶ୍ୱର ୨୭/୯: ଆଜି ସେପ୍ଟେମ୍ବର ୨୭ରୁ ପିତୃପକ୍ଷ ଆରମ୍ଭ। ଅକ୍ଟୋବର ୧୦ ସର୍ବପିତୃ ଅମାବାସ୍ୟା / ମହାଳୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି ତର୍ପଣ କରାଯିବାର ବିଧି ରହିଛି ।ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଆରମ୍ଭ ହୋଇଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ ।

ଆସନ୍ତା ମହାଳୟା ଅମାବାସ୍ୟା ଯାଏ ଏହି ପକ୍ଷ ରହିବ । ପୂର୍ବରୁ ବାଇଶି ପାହାଚରେ ଏହି କର୍ମ ହେଉଥିଲା । ପ୍ରଶାସନ ଏହା ଉପରେ ରୋକ ଲଗାଇବା ପରଠାରୁ ତୀର୍ଥ ପୁଷ୍କରିଣୀ ଓ ଶ୍ରୀମନ୍ଦିର ଉତର ଦ୍ୱାର ମେଘନାଦ ପାଚେରୀ ନିକଟରେ ବସି ତର୍ପଣ ଓ ପିଣ୍ଡଦାନ କରିଆସୁଛନ୍ତି । ସେହିପରି ଏହି ପକ୍ଷରେ ଘରେ ଶୁଦ୍ଧ ନିରାମିଶ ଖାଇବା ଉଚିତ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିିଛନ୍ତି ।

ହିନ୍ଦୁ ପରମ୍ପରାରେ ମହାଳୟା ହେଉଛି ଶ୍ରେଷ୍ଠତମ ଶ୍ରାଦ୍ଧ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜ ସାଧ୍ୟମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଆଶ୍ୱିନ ମାସର ପ୍ରଥମ ପକ୍ଷକୁ ପିତୃପକ୍ଷ ବା ପିତୃପର୍ବ ବୋଲି ମଧ୍ୟ କୁହାଯାଏ । ଚତୁର୍ଦ୍ଦଶି ଯାଏ ତର୍ପଣ ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ଏହାଦ୍ୱାରା ବଂଶର ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ତର୍ପଣ କରୁଛନ୍ତି ସେମାନେ କେଶ କାଟିବା ଅନୁଚିତ । ଏହାଦ୍ୱାରା ଅନିଷ୍ଟ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

ପିତୃଲୋକରୁ ପିତୃପୁରୁଷ ଧରାକୁ ଆସନ୍ତି, ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ, ବ୍ରାହ୍ମଣ ଭୋଜନ ଦ୍ୱାରା ମୋକ୍ଷ ଓ ଆଶୀର୍ବାଦ ପ୍ରାପ୍ତି ହୁଏ |ଦକ୍ଷିଣ ଦିଗରେ ପିତୃ ଫଟୋ ରଖି ପୂଜା କରାଯାଏ |

Leave a Reply

Your email address will not be published. Required fields are marked *