ଦକ୍ଷିଣ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି !

ଭୁବନେଶ୍ୱର ୨୭/୯: ଆସନ୍ତା ପୂଜାରେ ବର୍ଷା ଆଶଙ୍କା ବଢିଲା। ଦକ୍ଷିଣ ମିଆଁମାର ଓ ଉତ୍ତର ଆଣ୍ଡାମାନ ସାଗର ଉପରେ ଥିବା ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି | ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି | ଏହା ପରେ ଏହାର ପରବର୍ତ୍ତୀ ଗତି କୁଆଡ଼େ ରହିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗର ପାଣିପାଗରେ ପରିବର୍ତ୍ତନ ଆସିବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଘୂର୍ଣ୍ଣିବଳୟଟି ଆଣ୍ଡାମାନ ସାଗରରୁ ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛିl ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

Leave a Reply

Your email address will not be published. Required fields are marked *