ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ; ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ

ଭୁବନେଶ୍ୱର, ୮/୯ : ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ବିଦ୍ୟୁତ କ୍ଷେତ୍ର ପାଇଁ ୧୫,୯୪୮.୭୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ ନିର୍ମାଣ ହେବ । ରାଜ୍ୟରେ ୪୦୦ କେଭି ଗ୍ରିଡ୍ ସବଷ୍ଟେସନ ୫ରୁ ବୃଦ୍ଧି ପାଇ ୧୩ଟି ହେବାକୁ ଥିବା ବେଳେ ୨୨୦ କେଭି ଗ୍ରିଡ୍ ସବଷ୍ଟେସନ ୪୮ରୁ ୭୫କୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କ୍ୟାବିନେଟର ୪୭ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।

ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର, ଶିଳ୍ପ ବିଭାଗର, ଅର୍ଥ ବିଭାଗର ଗୋଟିଏ ଲେଖାଏଁ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୩ଟି, ଜଳ ସମ୍ପଦ ବିଭାଗର ୨ଟି, ପୂର୍ତ୍ତ ବିଭାଗର ୪ଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଆଇନ ବିଭାଗର ଗୋଟିଏ , ଶକ୍ତି ବିଭାଗର ଗୋଟିଏ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ଏବଂ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆହୁତ ନିମନ୍ତେ ଗୋଟିଏ ( ସଂସଦୀୟ ବ୍ୟାପାର) ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

<iframe width=”560″ height=”315″ src=”https://www.youtube.com/embed/kWTUhtDMIOw?si=Q2TH9lTb2HnkvF8o” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave a Reply

Your email address will not be published. Required fields are marked *