ଏସ୍‌ସିବି ବିରୋଧରେ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର, ୩୦/୯: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ବିରୋଧରେ ଆସିଛି ଏକ ବଡ ସଙ୍ଗୀନ ଅଭିଯୋଗ । ଜମାନସିକ ସ୍ୱାସ୍ଥ୍ୟ ବିଭାଗରେ ଚିକିତ୍ସାଧୀନ ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ତାଙ୍କୁ ହସ୍ପିଟାଲର ସୁରକ୍ଷାକର୍ମୀ ଓ ଜଣେ ଆଟେଣ୍ଡାଣ୍ଟ ମାଡ଼ ମାରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ମୃତକ ଯାଜପୁର ଜିଲ୍ଲାର ବାସିନ୍ଦା ଶ୍ରୀକାନ୍ତ ଦାସ ।କଟକ ମଙ୍ଗଳାବାଗ ଥାନାରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବାସିନ୍ଦା ମୃତକ ମାନସିକ ସ୍ୱାସ୍ଥ୍ୟ ବିଭାଗରେ ପ୍ରାୟ ଦୁଇ ଦିନ ତଳେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟ ପ୍ଲାଷ୍ଟିକ ପାଇପରେ ପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ଶରୀରରେ ମାଡ଼ ଚିହ୍ନ ଥିବା ଦେଖିବାକୁ ମିଳିଛି ।

ମଙ୍ଗଳାବାଗ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ, ଭିଡିଓଗ୍ରାଫି ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ଦାବି ହୋଇଛି । ସେପଟେ SCB ବିରୋଧରେ ଏତେ ବଡ ଅଭିଯୋଗ ଆସିବା ପରେ ମଧ୍ୟ କର୍ତ୍ତୃପକ୍ଷ ନୀରବ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *