ଭୁବନେଶ୍ୱର /ନୂଆଦିଲ୍ଲୀ , ୩୦/୯: ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ଏହି ଗୁଳି ବିନିମୟରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ସୁଲେମାନ ଶାହା ଓରଫ ଫୌଜି ମୁସା ନିହତ ହୋଇଥିବା ସୂଚନା ମିଳିଛି । ବଡ଼ଗାମ ଜିଲ୍ଲାରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି ମୁସା |
ଖବର ମୁତାବକ, ଜମ୍ମୁ କଶ୍ମୀର ବଡଗାମ୍ ୟୁସମାର୍ଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯବାନ ସନ୍ଦିଗ୍ଧ ଗିତିବିଧି ଦେଖିବା ପରେ ଚେତାବନୀ ଦେଇଥିଲେ ଯବାନ । କିନ୍ତୁ ଆତଙ୍କବାଦୀ ଗୁଳିଚାଳନ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ମୁସା ନିହତ ହୋଇଥିବା ଜଣାପଡିଛି । । ଏବେବି ଅପରେସନ ଜାରି ରହିଥିବା ସୂଚନା ମିଳିଛି ।
ଆତଙ୍କବାଦୀ ନିରୋଧୀ ଅପରେସନରେ ସେନା ସହ ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ସାମିଲ ହୋଇଥିଲେ । ମୁସା ନିପାତ ହେବା ପରେ ନିକଟରେ ଥିବା ଗୁରଓ୍ୱେତକଲା ଗ୍ରାମରେ ମଧ୍ୟ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଥିଲା । ସଂପୃକ୍ତ ଅଞ୍ଚଳକୁ ଘେରି ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଅଧିକାରୀଙ୍କ କହିବାନୁସାରେ, ଗତ କିଛି ବର୍ଷ ଧରି ପୀର ପଞ୍ଜାଲ ପର୍ବତମାଳାର ଉଭୟ ପାର୍ଶ୍ୱରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତି ଅଭିଯୋଗରେ ସେ ଲୋଡ଼ାଯାଉଥିଲା। ଖବର ଅନୁଯାୟୀ, ଚଳିତ ମାସ ଆରମ୍ଭରେ ୟୁସମାର୍ଗ ପାହାଡ଼ ଅଞ୍ଚଳରେ ହୋଇଥିବା ଏକ ସୁରକ୍ଷା ଅଭିଯାନରୁ ମଧ୍ୟ ସେ ଖସି ପଳାଇବାରେ ସଫଳ ହୋଇଥିଲା।













Leave a Reply