ଶୁଭମନ ଗିଲଙ୍କ ୨୨୩, ରୋହିତ ଶର୍ମାଙ୍କ ୧୦୧ରନ୍ , ଭାରତ ୮ ଓ୍ବିକେଟରେ ବିଜୟୀ ହୋଇଛି

ମୁମ୍ବାଇ,୩୦/୯ : ଗୌହାଟିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୮ ଓ୍ବିକେଟରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୫୦ଓଭରରେ ୪୦୫/୭ ରନ୍ କରିଥିଲା। ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ମାତ୍ର ୪୩.୩ ଓଭରରେ ୪୦୬ ରନ୍ ସଂଗ୍ରହ କରି ବିଜୟୀ ହୋଇଛି। ଏହା ଏହି ଫର୍ମାଟରେ ଭାରତର ସବୁଠାରୁ ବଡ଼ ଚେଜ୍ ଥିଲା। ଏହା କେବଳ ଦ୍ୱିତୀୟ ଥର ଯେ ଦିନିକିଆ କ୍ରିକେଟ୍ ଇତିହାସରେ ୪୦୦ରନରୁ ଅଧିକ ରନର ଟାର୍ଗେଟକୁ ପିଛା କରାଯାଇଛି। ଏହା ପୂର୍ବରୁ ୨୦୦୬ରେ ଦକ୍ଷିଣ ଆଫ୍ରିକା ଏକ ଦିନିକିଆରେ ୪୩୮ରନ୍ ପିଛା କରି ବିଜୟୀ ହୋଇଥିଲା ।

ଚେଜରେ ଭାରତ ଲାଗି ଶୁଭମନ ଗିଲ ସବୁଠାରୁ ବଡ଼ ପାଳି ଖେଳି ୧୩୩ବଲରେ ୨୬ଚୌକା ଏବଂ ୮ ଛକା ସହାୟତାରେ ଅପରାଜିତ ୨୨୩ ରନ୍ କରିଥିଲେ । ଗିଲ୍ ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ରୁତତମ ଦ୍ୱିଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ତାଙ୍କ ସହ ଓପନିଂ ପାଇଁ ଆସିଥିବା ରୋହିତ ଶର୍ମା ୭୫ବଲରେ ୧୦ ଚୌକା ଏବଂ ୬ ଛକା ମାରି ୧୦୧ ରନ୍ କରିଥିଲେ। ଉଭୟେ ପ୍ରଥମ ୱିକେଟ୍ ପାଇଁ ୨୫୫ରନର ଭାଗୀଦାରୀ କରିଥିଲେ (୧୫୮ ବଲ୍)। ଏହି ଭାଗୀଦାରୀ ଫଳରେ ପ୍ରାୟ ମ୍ୟାଚ୍ ଭାରତ ଖାତାକୁ ଆସିଯାଇଥିଲା । ପ୍ରଭାବଶାଳୀ ଆରମ୍ଭ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *