ଅକ୍ଟୋବର ମାସରେ ଆଞ୍ଚଳିକ ପର୍ବପର୍ବାଣୀ ହେତୁ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର, ୩୦/୯: ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ଅଛି, ତେବେ ଜଲ୍ଦି ଜଲ୍ଦି ନିଜ ନିଜ କାମ ସାରନ୍ତୁ | ଅକ୍ଟୋବର ମାସରେ ଅନେକ ଦିନ ବନ୍ଦ ରହିବ ବ୍ୟାଙ୍କ |ଆନୁଷ୍ଠାନିକ ଭାବେ ଫେଷ୍ଟିଭ୍ ସିଜିନ୍ ବା ପର୍ବପର୍ବାଣୀର ଋତୁ ଆରମ୍ଭ ହେବାକୁ ଯାଉଛି। ଗାନ୍ଧୀ ଜୟନ୍ତୀ, ନବରାତ୍ରି, ଦଶହରା, ଦୁର୍ଗାପୂଜା ଏବଂ କରୱା ଚୌଥ ଭଳି ଅନେକ ପ୍ରମୁଖ ପର୍ବ ଏହି ମାସରେ ପଡୁଥିବା ବେଳେ, ମୋଟ ୧୬ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ହଲିଡେ୍ ତାଲିକା ଅନୁଯାୟୀ, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରର ସାପ୍ତିକ ଛୁଟି ବ୍ୟତୀତ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ପର୍ବପର୍ବାଣୀ ହେତୁ ମୋଟ ୧୬ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ବ୍ୟାଙ୍କ ବନ୍ଦ ରହିବ ….
ମାସର ଆରମ୍ଭ ଏବଂ ସାପ୍ତିକ ଛୁଟି
ଅକ୍ଟୋବର ୨ (ଶୁକ୍ରବାର): ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ।
ଅକ୍ଟୋବର ୪ (ରବିବାର): ସାପ୍ତିକ ଛୁଟି.
ଅକ୍ଟୋବର ୧୦ (ଶନିବାର): ମାସର ଦ୍ୱିତୀୟ ଶନିବାର ଏବଂ ମହାଳୟା ଅମାବାସ୍ୟା।
ଅକ୍ଟୋବର 11 (ରବିବାର): ସାପ୍ତିକ ଛୁଟି।
ଅକ୍ଟୋବର ମାସର ତୃତୀୟ ସପ୍ତାହରେ ସବୁଠାରୁ ଅଧିକ ଦିନ ବ୍ୟାଙ୍କ ବନ୍ଦ ରହିବ:
ଅକ୍ଟୋବର ୧୭ (ଶନିବାର): କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ମହା ସପ୍ତମୀ ପାଇଁ ଛୁଟି।
ଅକ୍ଟୋବର ୧୮ (ରବିବାର): ସାପ୍ତାହିକ ଛୁଟି।
ଅକ୍ଟୋବର ୧୯ (ସୋମବାର): ଦଶହରା / ମହା ଅଷ୍ଟମୀ, ମହାନବମୀ ଉପଲକ୍ଷେ ଭୁବନେଶ୍ୱର, କୋଲକାତା, ଚେନ୍ନାଇ, ପାଟନା, ରାଞ୍ଚି ଏବଂ ଆଗରତଲା ସମେତ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ।
ଅକ୍ଟୋବର ୨୦ (ମଙ୍ଗଳବାର): ବିଜୟାଦଶମୀ (ଦଶହରା) ପାଇଁ ଗଙ୍ଗଟୋକ୍ ଏବଂ ଇମ୍ଫାଲରେ ଛୁଟି।
ଅକ୍ଟୋବର ୨୧ (ବୁଧବାର): ଦୁର୍ଗାପୂଜାର ଆଞ୍ଚଳିକ ଛୁଟି (ବେଙ୍ଗାଲୁରୁ, କୋଚି, କୋଲକାତା, ଗୁଆହାଟୀ ଇତ୍ୟାଦି)।
ଅକ୍ଟୋବର ୨୨ ଓ ୨୩ (ଗୁରୁବାର ଓ ଶୁକ୍ରବାର): ସିକିମ୍‌ର ଗାଙ୍ଗଟୋକ୍‌ରେ ଦୁର୍ଗାପୂଜା/ଦର୍ଶନ ପାଇଁ କ୍ରମାଗତ ଦୁଇ ଦିନ ଛୁଟି ରହିବ।
ମାସର ଶେଷ ଭାଗ ଏବଂ ଅନ୍ୟାନ୍ୟ ପର୍ବ
ଅକ୍ଟୋବର ୨୪ (ଶନିବାର): ମାସର ଚତୁର୍ଥ ଶନିବାର।
ଅକ୍ଟୋବର ୨୫ (ରବିବାର): ସାପ୍ତିକ ଛୁଟି।
ଅକ୍ଟୋବର ୨୬ (ସୋମବାର): ମହର୍ଷି ବାଲ୍ମୀକି ଜୟନ୍ତୀ ଏବଂ ଲକ୍ଷ୍ମୀ ପୂଜା।
ଅକ୍ଟୋବର ୨୯ (ଗୁରୁବାର): ହିମାଚଳ ପ୍ରଦେଶରେ କରୱା ଚୌଥ ପାଇଁ ଛୁଟି।
ଅକ୍ଟୋବର ୩୦ (ଶୁକ୍ରବାର): ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଅବସରରେ ବ୍ୟାଙ୍କ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *