ଭୁବନେଶ୍ୱର /ପୁରୀ, ୩୦/୯: ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଦୀର୍ଘ ୬ ବର୍ଷ ପରେ ମନ୍ଦିର ଖୋଲିଛି | ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭକ୍ତମାନେ ମାଗଣାରେ ପ୍ରବେଶ କରିପାରିବେ । ଏହାପରେ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କାର ଟିକେଟ୍ କିଣିବାକୁ ପଡ଼ିବ । ୮୦ ବର୍ଷରୁ ଅଧିକ ବୃଦ୍ଧ, ୫ ବର୍ଷରୁ କମ ପିଲା, ଭିନ୍ନକ୍ଷମଙ୍କ ପାଇଁ ମାଗଣା ରହିବ |
ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ। ମୋବାଇଲ୍ ଓ ଜୋତା ଷ୍ଟାଣ୍ଡର ସୁବିଧା ଉପଲବ୍ଧ ହୋଇଛି । ମାଗଣାରେ ଜୋତା ଓ ମୋବାଇଲ୍ ରଖି ଧାଡ଼ିରେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ୮୦ବର୍ଷରୁ ଊର୍ଦ୍ଧ୍ଵ ୫ ବର୍ଷରୁ କମ୍ ଓ ଦିବ୍ୟାଙ୍ଗଙ୍କ ପାଇଁ ଟିକେଟ୍ ଲାଗୁ ହେବ ନାହିଁ ।
ଦିବ୍ୟାଙ୍ଗ, ମହିଳା ଓ ବୟୋଜ୍ୟେଷ୍ଠମାନଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିଛି । ଭକ୍ତମାନେ ସିଂହଦ୍ବାର ଦେଇ ଗୁଣ୍ଡିଚା ମନ୍ଦିର ଭିତର କାଠ ପର୍ଯ୍ୟନ୍ତ ଯାଇପାରିବେ। ସେହିଠାରୁ ହିଁ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବେ। ଉଭୟ ପ୍ରବେଶ ଓ ପ୍ରସ୍ଥାନ ସମାନ ଦ୍ୱାରରେ ବ୍ୟବସ୍ଥିତ କରାଯାଇଛି ।
ସୂଚନାଯୋଗ୍ୟ, ୨୦୨୦ରେ କୋଭିଡ୍ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ ରୋକ୍ ଲଗାଯାଇଥିଲା । ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତ ମାନେ ଦର୍ଶନ କରିପାରିବେ |













Leave a Reply