ହୁଲ୍ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୦/୬ : ହୁଲ୍ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ସେ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି କି, ହୁଲ୍ ଦିବସ ଆମ ଆଦିବାସୀ ସମାଜର ଅଦମ୍ୟ ସାହସ, ଆତ୍ମବଳ, ସଂଘର୍ଷ ଓ ବଳିଦାନର ଅମର ପ୍ରତୀକ । ଏହି ପବିତ୍ର ଅବସରରେ ହୁଲ୍ ବିଦ୍ରୋହର ଅମର ବୀର ସଂଗ୍ରାମୀମାନଙ୍କୁ ମୋର ବିନମ୍ର ପ୍ରଣାମ । ବ୍ରିଟିଶ ଶାସନର ଅନ୍ୟାୟ ଓ ଶୋଷଣ ବିରୋଧରେ ସେମାନଙ୍କର ଅଦ୍ୱିତୀୟ ସାହସ, ତ୍ୟାଗ ଓ ସ୍ୱାଭିମାନର ସଂଗ୍ରାମ ଆଗାମୀ ପିଢ଼ି ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।

Leave a Reply

Your email address will not be published. Required fields are marked *